fbpx
BSKY
BJD SHG SKY
BJD MC SKY

ଆସିଗଲା କୋଭିଡର ତୃତୀୟ ଲହର! ବଢ଼ିଚାଲିଛି ପିଲାମାନଙ୍କ ଠାରେ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଲୋକମାନଙ୍କ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ ସଙ୍କଟ ଧୀରେ ଧୀରେ ମୁଣ୍ଡ ଟେକିବାକୁ ଲାଗିଲାଣି । ତାହା ହେଉଛି ପିଲାମାନଙ୍କ ଠାରେ ମହାମାରୀ ସଂକ୍ରମଣ । ଯାହା ଏବେ ଡାକ୍ତର ମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । କରୋନା ଟାର୍ଗେଟରେ ବର୍ତ୍ତମାନ ପିଲାମାନେ ରହିଥିବା ଭଳି ପରିଲକ୍ଷିତ ହେଉଛି । ଏହା କହିବାର କାରଣ ହେଲା ବିଭିନ୍ନ ରାଜ୍ୟରେ ପିଲାମାନଙ୍କର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଚିନ୍ତାଜନକ ପରିସ୍ଥିତି ଦେଖିବାକୁ ମିଳିଛି ।

ରାଜସ୍ଥାନର ଦୌସା ଜିଲ୍ଲାରେ ୨୨ ଦିନ ମଧ୍ୟରେ ୩୦୦ ପିଲା ସଂକ୍ରମିତ ହୋଇଥିବା ବେଳେ ଶିଖର ଜିଲ୍ଳାରେ ୮୩ ଦିନ ମଧ୍ୟରେ ୧୭୫୭ଜଣ ପିଲା ସଂକ୍ରମିତ ହୋଇଛନ୍ତି । ସେହିପର ମଧ୍ୟପ୍ରଦେଶର ସାଗର ଜିଲ୍ଳାରେ ୩୦ ଦିନରେ ୩୦୨ ଜଣ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ଉତ୍ତରାଖଣ୍ଡରେ ୨୦ ଦିନରେ ୨୦୪୪ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ହେଲେ ଏଥିମଧ୍ୟରେ ଆଶ୍ୱସ୍ତି କର ଖବର ଏହା ହେଉଛି ଯେ, ଏମାନଙ୍କ ମଧ୍ୟରୁ ପ୍ରାୟତଃ ପିଲା ଆଶିଂକ ଭାବରେ ସଂକ୍ରମିତ ହୋଇଛନ୍ତି ଏବଂ ଉପଚାର ପରେ ଠିକ୍ ହୋଇଛନ୍ତି । ହେଲେ କିଛି ପିଲା ଚିକିତ୍ସା ମଧ୍ୟରେ ପ୍ରାଣ ମଧ୍ୟ ହରାଇଥିବା ଜଣାପଡିଛି ।

ତେବେ ପିଲାମାନଙ୍କୁ କରୋନା ସଂକ୍ରମଣ ଠାରୁ ଦୂରେଇ ରଖିବାକୁ ପାଇଁ ପରିବାର ଲୋକମାନେ ସାବଧାନ ରହିବା ଦରକାର । କାରଣ ସେମାନଙ୍କ ଶରୀର ଖୁବ୍ ସମ୍ବେଦନଶୀଳ, ତେଣୁ ପିଲାମାନଙ୍କର ବିଶେଷ ଭାବେ ଯତ୍ନ ନେବା ନିହାତି ଆବଶ୍ୟକ । ତେବେ ଯଦି କୌଣସି ପିଲା ଠାରେ କାଶ, ଥଣ୍ଡା, ପେଟ କାଟିବା, ବାନ୍ତି ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ଭଳି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ସେହିପରି ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଭୟାନକ ରୂପ ନେଇଥିବା ବେଳେ ତୃତୀୟ ଲହର ପିଲାମାନଙ୍କ ପାଇଁ ଖୁବ୍ ପ୍ରଭାବୀ ସାବ୍ୟସ୍ତ ହୋଇପାରେ ବୋଲି ବୈଜ୍ଞାନିକ ମାନେ ସତର୍କ ସୂଚନା ଦେଇସାରିଛନ୍ତି ।

Get real time updates directly on you device, subscribe now.