fbpx

ସ୍କୁଲ୍ ରେ ମିଳିବ ଜାତିଗତ ପ୍ରମାଣ ପତ୍ର

ଭୁବନେଶ୍ୱର ୧୦ା୪ (ଓଡିଶା ଭାସ୍କର) : ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର । ଏଣିକି ସ୍କୁଲ୍ ରେ ମିଳିବ ଜାତିଗତ ଏବଂ ଅନ୍ୟାନ୍ୟ ଜରୁରୀ ପ୍ରମାଣ ପତ୍ର । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ । ଦଶମ ଶ୍ରେଣୀ ପିଲାମାନେ ଯେପରି ସହଜରେ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ପାଇପାରିବ, ସେ ନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏଥିସହ ପ୍ରତ୍ୟେକ ସ୍କୁଲରେ ସ୍ଥାନୀୟ କ୍ୟାମ୍ପ କରି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଦିଆଯିବ ଏବଂ ସ୍କୁଲ ପରିସରରେ ଏସସି/ ଏସଟି, ଏସଇବିସି, ଓବିସି ସାର୍ଟିଫିକେଟ୍ ସହ ରେସିଡେନ୍ସ ଓ ଇନକମ୍ ସାର୍ଟିଫିକେଟ ପ୍ରଦାନ କରାଯିବ । ଏନେଇ ଚିଠିରେ ଉଲ୍ଲେଖ କରିଛନ୍ତି ରାଜସ୍ୱ ସଚିବ । ସମସ୍ତ ଜିଲ୍ଳାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଖରା ଛୁଟି ପୁର୍ବରୁ ଏହି ପ୍ରମାଣ ପତ୍ର ପ୍ରସ୍ତୁତ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୁଚନାଯୋଗ୍ୟ, ପୁର୍ବରୁ ଜାତିଗତ ପ୍ରମାଣ ପତ୍ର ଆବେଦନ କରି ମିଳିବା ପର୍ଯ୍ୟନ୍ତ ଅନେକ ସମୟ ଚାଲିଯାଉଥିଲା । ଯଦି ଏହା ସ୍କୁଲ୍ ରେ ହିଁ ଉପଲବ୍ଧ ହେବ ତେବେ ଛାତ୍ରଛାତ୍ରୀମାନଙ୍କୁ ଖୁବ୍ କମ୍ ଦିନରେ ସବୁ ପ୍ରକାର ପ୍ରମାଣପତ୍ର ମିଳିବାରେ ସହଜ ହୋଇଯିବ ।

Get real time updates directly on you device, subscribe now.