fbpx

ଏଣିକି 100 ଜାଗାରେ 112 କୁ ଡାଏଲ୍ କରିବେ, ବଦଳିଲା ଜରୁରୀ ସହାୟତା ନମ୍ବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ଜନସାଧାରଣ ନିଜର ସମସ୍ତ ଜରୁରୀକାଳୀନ ସହାୟତା ପାଇଁ ୧୦୦ ନମ୍ବରକୁ ଡାଏଲ୍ କରୁଥିଲେ । ଉକ୍ତ ନମ୍ବରରେ ଡାଏଲ କରିବା ପରେ ସମସ୍ତ ପୋଲିସ ସେବା ମିଳୁଥିଲା । ମାତ୍ର ଉକ୍ତ ନମ୍ବର ଏବେ ବଦଳି ଯାଇଛି । ଜନସାଧାରଣ ବର୍ତ୍ତମାନ ସମସ୍ତ ଜରୁରୀ ସହାୟତା ପାଇଁ ୧୧୨ ନମ୍ବରକୁ ଡାଏଲ୍ କରିବେ । ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସାରା ଓଡ଼ିଶାବାସୀ ଏଣିକି ସମସ୍ତ ଜରୁରୀ ସେବା ପାଇଁ ୧୧୨ ନମ୍ବରକୁ କଲ୍ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.