fbpx

ଏବେ ଝିଅମାନେ ୨୧ ବର୍ଷ ପୂର୍ବରୁ କରିପାରିବେନି ବିବାହ, କ୍ୟାବିନେଟ ବୈଠକରେ ପାସ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ: ଝିଅମାନଙ୍କ ବିବାହର ବୟସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏବେ ଝିଅମାନଙ୍କ ବିବାହ ବୟସ ୨୧ ହୋଇପାରେ ବୋଲି ଜଣାପଡିଛି । ଏହି ସର୍ବନିମ୍ନ ବୟସ ୨୧ ବର୍ଷ କରିବାର ପ୍ରସ୍ତାବ କ୍ୟାବିନେଟ ବୈଠକରେ ପାସ ହୋଇଛି । ଏଥିରେ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ରୁ ୨୧ ବର୍ଷ କରିବାର ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଯିବ ।

ସୂଚନା ଅନୁଯାୟୀ, ଝିଅମାନଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ପାଇଁ ହିମାଚଳ କ୍ୟାବିନେଟ ବୈଠକ ପାରିତ କରିଛି । ଶୁକ୍ରବାର ଦିନ ଶିମଲାରେ ମୂଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମିଟିଙ୍ଗ ବସିଛି । ମିଟିଙ୍ଗ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲ । ଏହି ମିଟିଙ୍ଗରେ ହିମାଚଳରେ ନୂଆ ଫିଲ୍ମ ପଲିସିକୁ ମଞ୍ଜୁର ଦିଆଯାଇଛି । ଫିଲ୍ମ କାଉଁସିଲ ତିଆରି କରିବା ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି । ନୂଆ ପଲିସି ଅନୁଯାୟୀ ବର୍ତ୍ତମାନ ସୁଟିଙ୍ଗ ପାଇଁ ପରମିଶନ ତିନି ମଧ୍ୟରେ ମିଳିଯିବ । ଏଥିରେ ଫିଲ୍ମ ନିର୍ମାତାମାନଙ୍କୁ ଲାଭ ମିଳିବ । କ୍ୟାବିନେଟ ମିଟିଙ୍ଗରେ ମୁଖ୍ୟମନ୍ତ୍ରୀ ବିଧବା ଏକଲା ନାରୀ ଯୋଜନା ଏବଂ ହିମାଚଳ ପ୍ରଦେଶ ଡିଜିଟାଲ ପଲିସିର ମଧ୍ୟ ମଞ୍ଜୁରୀ ଦିଆଯିବ ।

ଏହା ବ୍ୟତୀତ ପିରିୟଡ ବେସଡ ଗେଷ୍ଟ ଟିଚର ଭର୍ତ୍ତି କରାଇବା ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ଏଥିପାଇଁ ୨୬୦୦ ପଦବୀ ମଞ୍ଜୁରୀ କରିଛି । ବର୍ତ୍ତମାନ ହିମାଚଳ ପ୍ରଦେଶର ପାଟୱାରୀ ପଦବୀ କେବଳ ଜିଲ୍ଲା କ୍ୟାଡରରୁ ପୂରଣ ହେବ । ଏଥିସହ ସ୍କୁଲରେ ଶିଶୁମାନଙ୍କ ୬ ବର୍ଷରେ ନାମ ଲେଖାଇବା ନିୟମରେ ଆଶ୍ୱସ୍ତି ପାଇଁ ନିଷ୍ପତ୍ତି କ୍ୟାବିନେଟ ବୈଠକରେ ନିଆଯାଇଛି । ହିମାଚଳ ପ୍ରଦେଶର କଙ୍ଗଡ଼ାରେ ୨୨୫ କୋଟି ଟଙ୍କାରେ ମିଲ୍କ ପ୍ରୋସେସିଙ୍ଗ ପ୍ଲାଣ୍ଟ ସ୍ଥାପିତ କରାଯିବ ।

Get real time updates directly on you device, subscribe now.