fbpx
BSKY
BJD MC SKY
BJD MS SKY

(Video) ସରକାର ଶୁଣିଲେ ଦୁଃଖ: ଆଉ ମୂଲ ଲାଗିବେନି ବଣ୍ଡା ମେଧାବୀ ଛାତ୍ରୀ କର୍ମା

ଭୁବନେଶ୍ୱର: ବଲାଙ୍ଗିରର ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲୀ ଯୁକ୍ତ ୨ ପରୀକ୍ଷାରେ ଜିଲ୍ଲା ଟପର ହୋଇଛନ୍ତି । ସେ ଆଗକୁ ଆହୁରୀ ପାଠ ପଢି ଉଚ୍ଚ ଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି । ହେଲେ ଆର୍ଥିକ ଅସୁବିଧା ଥିବାରୁ ସେ ଦିନ ରାତି ମୂଲ ଲାଗି ପାଠ ପଢୁଥିଲେ । ବର୍ତ୍ତମାନ ସରକାର ତାଙ୍କର ଏହି କଷ୍ଟକୁ ବୁଝିଛନ୍ତି । ତାଙ୍କର ସମସ୍ତ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଉ ମୂଲ ନ ଲାଗିବାକୁ କର୍ମାଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ସୂଚନା ଅନୁଯାୟୀ, ପାଠ ପଢା ଖର୍ଚ୍ଚ ପାଇଁ ମେଧାବୀ କର୍ମା ଦିନ ମଜୁରିଆ କାମ କରୁଥିଲେ । ତାଙ୍କର ଏପରି ମୂଲ ଲାଗିବା ଖବର ସରକାରଙ୍କ ନିକଟକୁ ଆସିବା ପରେ ପ୍ରଶାସନ ତାଙ୍କ ନିକଟରେ ପହଁଚିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନେଇ ଜିଲ୍ଲାପାଳ ତାଙ୍କୁ ପାଠ ପଢା ଖର୍ଚ୍ଚ ପାଇଁ ପ୍ରତିଶ୍ରୂତି ଦେଇଛନ୍ତି ।

ମେଧାବୀ କର୍ମା ମୁଦୁଲୀ ବର୍ତ୍ତମାନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଛାତ୍ରୀ ଅଟନ୍ତି । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ସେ ମାଲକାନଗିରି ଜିଲ୍ଲା ଟପ୍ପର ହୋଇଥିଲେ । ଏହି ବଣ୍ଡା ଝିଅ ସମୁଦାୟ ୮୨.୬୬ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ । କଲେଜ ହଷ୍ଟେଲରେ ରହିବା, ଖାଇବା ଏବଂ ପାଠପଢା ଖର୍ଚ୍ଚ ସରକାର ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.