fbpx
BSKY
BJD MC SKY
BJD MS SKY

NCERT ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ: ପିରିୟଡିକ ଟେବୁଲ୍ ସମେତ ବାଦ୍ ପଡ଼ିଲା ଗଣତନ୍ତ୍ର ବିଷୟ

ନୂଆଦିଲ୍ଲୀ: ଏନ୍‌ସିଇଆରଟି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ କରିଛି। ଏଣିକିି ଦଶମ ଶ୍ରେଣୀ ବହିରେ ପିରିୟଡିକ ଟେବୁଲ୍‌, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ବିଷୟକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ଏବେ ଏନ୍‌ସିଇଆର୍‌ଟି ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନେ ଏବେ ଆଉ ଏହି ବିଷୟ ପଢିପାରିବେ ନାହିଁ। ଛାତ୍ରଛାତ୍ରୀ ମାନଙ୍କ ଉପରେ ଚାପ କମାଇବା ପାଇଁ ଏହି ନିଷ୍ପତି ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସେହିଭଳି ଏହା ପୁର୍ବରୁ ଚଳିତ ବର୍ଷ ୧୦ ପାଠ୍ୟକ୍ରମରେ ପରିବର୍ତ୍ତନର ତତ୍ତ୍ୱ ବିଷୟ ହଟାଇବାକୁ ନେଇ ବିବାଦ ଦେଖା ଦେଇଥିଲା । ଏବେ ଏନ୍‌ସିଇଆରଟି ପକ୍ଷରୁ ଜାରି ନୂତନ ପାଠ୍ୟକ୍ରମରେ ପିରିୟଡିକ ଟେବୁଲ୍ ହଟାଇବାର ଖବର ଆସିଛି ।

6tc91o6c

ଏନ୍‌ସିଇଆରଟି ଏକ ବୟାନ୍‌ରେ କହିଛି ଯେ, କରୋନା ମହାମାରୀ କାରଣରୁ ପିଲା ମାନଙ୍କ ଉପରେ ଥିବା ଚାପକୁ କମ୍ କରିବା ଆବଶ୍ୟକ ଥିଲା । ଦଶମରେ ବିଭୀନ୍ନ ବିଷୟର କଠିନତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । କିନ୍ତୁ ଦ୍ୱାଦଶରେ ପିଲା ମାନଙ୍କୁ ପିରିୟଡିକ ଟେବୁଲ ପଢିବାକୁ ପଡ଼ିବ ।

Get real time updates directly on you device, subscribe now.