fbpx

(Video) ଏଣିକି ଦଳକୁ ମିଳିବ ‘Z’ ସୁରକ୍ଷା: ଗମ୍ଭୀରଙ୍କ ସ୍ଥାନରେ ଦାୟିତ୍ୱ ନେଲେ ଷ୍ଟାର କ୍ରିକେଟର ଜାହିର ଖାନ୍

ଲକ୍ଷ୍ନୌ: ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ନେଇଛନ୍ତି ପୂର୍ବତନ ଷ୍ଟାର କ୍ରିକେଟର ଗୌତମ ଗମ୍ଭୀର । କିନ୍ତୁ ବର୍ତ୍ତମାନ ପୂର୍ବତନ ସାଥୀ ଖେଳାଳି ତଥା ଟିମ ଇଣ୍ଡିଆର ଷ୍ଟାର ବୋଲର ଜହିର ଖାନ ତାଙ୍କ ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ଗମ୍ଭୀରଙ୍କ ପୂର୍ବତନ ଆଇପିଏଲ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଭାବରେ ଜହିର ଖାନଙ୍କୁ ଚୟନ କରିଛି LSG । ୨୦୨୨ ମସିହାରେ ଲକ୍ଷ୍ନୌ ଦଳରେ ଗମ୍ଭୀର ନେଇଥିବା ବେଳେ ୨୦୨୪ ମସିହାରେ ଦଳରୁ ବିଦାୟ ନେଇଥିଲେ । ଏହାପରେ ବର୍ତ୍ତମାନ ଜହିର ଖାନଙ୍କୁ ଦଳ ନୂଆ ମେଣ୍ଟର ଭାବରେ ଦାୟିତ୍ୱ ପ୍ରଦାନ କରିଛି ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ଆରମ୍ଭ ପୂର୍ବରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସଞ୍ଜୀବ ଗୋଏଙ୍କାଙ୍କ ମାଲିକାନାରେ ଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜହିର ଖାନଙ୍କୁ ଦଳର ନୂଆ ମେଣ୍ଟର ଭାବରେ ନିଯୁକ୍ତ କରିଛନ୍ତି । ଜାହିର ଖାନ ବର୍ତ୍ତମାନ LSGରେ ଗୌତମ ଗମ୍ଭୀରଙ୍କ ସ୍ଥାନ ନେଇଛନ୍ତି । ଆଜି LSG ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛି । LSG ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ଜହିର ଖାନଙ୍କୁ ଦେଖିବାକୁ ମିଳିଛି । ପୋଷ୍ଟ ହୋଇଥିବା ଏହି ଭିଡିଓର କ୍ୟାପ୍ସନରେ ଲେଖାଯାଇଛି, “ଜହିର, ତୁମେ ଦୀର୍ଘ ଦିନରୁ ଲକ୍ଷ୍ନୌର ହୃଦୟରେ ରହି ଆସିଛ ।” ବର୍ତ୍ତମାନ ଭାରତର ଏହି ପୂର୍ବତନ ଷ୍ଟାର ପେସରଙ୍କୁ ଆଇପିଏଲ୍ ୨୦୨୫ରେ LSG ମେଣ୍ଟର ଭାବରେ ଦେଖିବାକୁ ମିଳିବ ।

୨୦୨୪ ଆଇପିଏଲ୍ ପୂର୍ବରୁ ଗମ୍ଭୀର LSG ଛାଡ଼ି ନିଜ ପୂରୁଣା ଦଳ କୋଲକାତା ନାଇଟ ରାଇଡର୍ସକୁ ଫେରି ଆସିଥିଲେ । ତାଙ୍କ ପରେ ଦଳର ଏହି ପଦବୀ ଖାଲି ଥିଲା, କିନ୍ତୁ ବର୍ତ୍ତମାନ ସଞ୍ଜୀବ ଗୋଏଙ୍କାଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଜହିର ଖାନଙ୍କୁ ନିଯୁକ୍ତି ଦେଇ ଏହି ପଦ ପୂରଣ କରିଛି । ଜହିରଙ୍କୁ ଦଳର ମେଣ୍ଟର ଭାବେ ଘୋଷଣା କରିବା ବେଳେ ଦଳର ମାଲିକ ସଞ୍ଜୀବ ଗୋଏଙ୍କା ତାଙ୍କୁ ଦଳର ଜର୍ସି ଉପହାର ଦେଇଛନ୍ତି । ଜହିର ଖାନ ଭାରତ ପାଇଁ ୯୨ ଟେଷ୍ଟ ମ୍ୟାଚରେ ୩୧୧ ୱିକେଟ୍ ହାସଲ କରିଥିବା ବେଳେ ୨୦୦ ଦିନିକିଆ ମ୍ୟାଚରୁ ୨୮୩ ୱିକେଟ୍ ଏବଂ ୧୭ ଟି-୨୦ ମ୍ୟାଚରେ ୧୭ ୱିକେଟ୍ ହାସଲ କରିଛନ୍ତି । ଏହା ବ୍ୟତୀତ ସେ ଆଇପିଏଲର ୧୦୦ଟି ମ୍ୟାଚରେ ୧୦୭ ୱିକେଟ୍ ନେଇଛନ୍ତି । ସେ ଭାରତର ଦିନିକିଆ ବିଶ୍ୱକପ ୨୦୧୧ ବିଜେତା ଦଳର ସଦସ୍ୟ ମଧ୍ୟ ରହିଥିଲେ । ଜହିର ଖାନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳର କ୍ରିକେଟ୍ ନିର୍ଦ୍ଦେଶକ ମଧ୍ୟ ରହି ସାରିଛନ୍ତି । ବର୍ତ୍ତମାନ ସେ ନୂଆ ଭୂମିକା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.