fbpx

Railway Station କିଣିବାର ସୁବର୍ଣ୍ଣ ସୁଯୋଗ: ଧାରଣାରେ ଚାଲିବ ନିଜର ଟ୍ରେନ୍, କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଟ୍ରେନରେ ତ ଆପଣ ଅନେକ ଥର ଯାତ୍ରା କରିଥିବେ । ଏହି ଯାତ୍ରା ସମୟରେ ଆପଣ ଅନେକ ସମୟରେ ନାନା ସମସ୍ୟାର ସମ୍ମୁଖୀନ ମଧ୍ୟ କରିଥିବେ । କିନ୍ତୁ ଥରେ ଚିନ୍ତା କରନ୍ତୁ, ଯଦି ଆପଣଙ୍କର ନିଜର ଗୋଟିଏ ଟ୍ରେନ କିମ୍ବା ରେଲୱେ ଷ୍ଟେସନ ଥାନ୍ତା… । ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିପାରେ, ଏହା କ’ଣ ସମ୍ଭବ? ତେବେ ଉତ୍ତର ହେଉଛି ହଁ, ଏବେ ଏହା ସମ୍ଭବ ହେବାକୁ ଯାଉଚି । ଆପଣଙ୍କର ସ୍ୱପ୍ନ ମଧ୍ୟ ସାକାର ହେବ ।

ସୂଚନା ଅନୁସାରେ, ବ୍ରିଟେନର ସ୍କଟ୍ସ ରେଳ ଷ୍ଟେସନ ଗତ ୬୦ ବର୍ଷରୁ ବନ୍ଦ ପଡିଥିଲା । କିନ୍ତୁ ଏବେ ଏହାକୁ କେହି ଜଣେ କିଣିପାରିବେ । ଏହାର ମୂଲ୍ୟ ରହିଛି ୫ କୋଟି ଟଙ୍କା । ସ୍କଟଲାଣ୍ଡର ସୀମା ନ୍ୟୁକେସଲଟନରେ ସାଣ୍ଟ୍ରି ରେଲୱେ ଷ୍ଟେସନକୁ ପ୍ରାଇଭେଟ ପ୍ରପର୍ଟି ପରି ବିକଶିତ କରାଯାଇଛି । ଏହା ଏକ ଷ୍ଟେସନ ହାଉସ, ଯାହା ୧୮୬୭ ମସିହାରେ ପ୍ରସ୍ତୁତ କରାଯାଇଥିଲା । ୧୯୫୦ରେ ଏହାକୁ ଯାତ୍ରୀମାନଙ୍କ ପାଇଁ ବନ୍ଦ କରି ଦିଆଯାଇଥିଲା । ତେବେ ୧୯୯୦ ମସିହାରେ ଏହାକୁ ବର୍ତ୍ତମାନ ମାଲିକ ଅବାସିୟ ଉପଯୋଗରେ ପରିବର୍ତ୍ତନ କରିଦେଇଥିଲେ । ଏଥିରେ ଲେଶକୋମୋଟିଭ ଏବଂ ପର୍ସନାଲ ରେଲୱେ ଟ୍ରାକ ମଧ୍ୟ ରହିଛି । ଏହି ଟ୍ରାକ ନ୍ୟୁକ୍ଲିସଲଟନ ଏବଂ ବୋନଚେଷ୍ଟର ବ୍ରିଜର ସୀମାରେଖାରୁ ସମାନ ଦୂରରେ ଅବସ୍ଥିତ । ଏହି ଷ୍ଟେସନ ହାଉସର କିଛି ଭିନ୍ନ ବିଶେଷତ୍ୱ ରହିଛି । ଏଠାରେ ପାୟତଃ ସମସ୍ତ ବ୍ୟବସ୍ଥା ଗ୍ରାଉଣ୍ଡ ଫ୍ଲୋରରେ ରହିଛି । ଏଡାସହିତ ୨ଟି ବଡ ରିସେପ୍ସନ ରୁମ୍, ରୋଷେଇ ଘର, ସିଟିଙ୍ଗ ରୁମ୍ ଏବଂ ଡାଇନିଙ୍ଗ ଏରିଆ ଏବଂ ବେଡରୁମ ମଧ୍ୟ ରହିଛି ।

ଏହାବ୍ୟତୀତ ପୁରୁଣା ଟିକେଟ ଘର ମୁଖ୍ୟ ହଲଠାରୁ ମାତ୍ର କିଛି ଦୂରରେ ରହିଛି । ପ୍ରାକୃତିକ ପରିବେଶ ଏବଂ ସବୁଜିମାରେ ଭରପୂର ରହିଛି ଆଖପାଖର ସମସ୍ତ ଅଞ୍ଚଳ । ବିଗତ ଦିନରେ ରେଳ ଷ୍ଟେସନରେ ପରିଚିତ ଥିବା ବେଳେ ଏବେ ଏହା ଏକ ଘର ପାଲଟିଯାଇଛି । ଏହାର ଗୋଟିଏ ପାଶ୍ୱର୍ରେ ପ୍ଲାଟଫର୍ମ ଥିବା ବେଳେ ଅନ୍ୟ ପକ୍ଷରେ ରେଲୱେ ଟ୍ରାକ ରହିଛି । ଏହାବ୍ୟତୀତ ପୁରୁଣା ସମୟର ଏକ ରେଳ ଇଞ୍ଜିନ, ଏକ ଗାର୍ଡ ଏବଂ ୨ ବଗି ମଧ୍ୟ ଦେଖିବାକୁ ମିଳେ । ତେବେ ଅନେକ ଲୋକ ଏହାକୁ କିଣିବା ପାଇଁ ଉତ୍ସାହ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.