fbpx

ଏବେ ବିନା ଟିକେଟରେ ଟ୍ରେନରେ କରିବେ ଯାତ୍ରା: ରୋକିବେନି TTE! ଜାଣନ୍ତୁ ରେଲୱେର ନିୟମ…

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଟିକେଟ ଚିନ୍ତାରୁ ମିଳିବ ମୁକ୍ତି । ଅଚାନକ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଟିକେଟ ନ ମିଳିବା ଏକ ବଡ ସମସ୍ୟା ହୋଇଥାଏ । କିନ୍ତୁ ଏହି ସମସ୍ୟା ପାଇଁ ସମାଧାନର ବାଟ ଆଣିଛି ଇଣ୍ଡିଆନ ରେଲୱେ । ଏଣିକି ବିନା ରିର୍ଜେସନରେ ମଧ୍ୟ ଆପଣ ଯାତ୍ରା କରିପାରିବେ । ପୂର୍ବରୁ ଏଭଳି ପରିସ୍ଥିତି ପାଇଁ କେବଳ ବସ୍ ହିଁ ଏକମାତ୍ର ବିକଳ୍ପ ଥିଲା । କିନ୍ତୁ ଏବେ ରେଲୱେର ଏହି ନିୟମ ଅନୁସାରେ ଆପଣ ବିନା ରିଜର୍ଭେସନରେ ଯାତ୍ରା କରିପାରିବେ ।

ରେଲୱେର ନିୟମ ଅନୁସାରେ, ଯଦି ଆପଣଙ୍କ ନିକଟରେ ରିଜର୍ଭେସନ ନାହିଁ, ତେବେ ଏହି ସମୟରେ ଆପଣ ପ୍ଲାଟଫର୍ମ ଟିକେଟ ନିୟମକୁ ବ୍ୟବହାର କରିପାରିବେ । ପ୍ଲାଟଫର୍ମରୁ ଟିକେଟ ନେଇ ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଟିକେଟ ଚେକରଙ୍କ ପାଖକୁ ଯାଇ ଖୁବ ସହଜରେ ଟିକେଟ କାଟିପାରିବେ । ଏଥିପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ ସହ TTEଙ୍କୁ ଭେଟିବାକୁ ପଡିବ । ଏହାପରେ ସେ ଆପଣଙ୍କ ଲକ୍ଷ୍ୟସ୍ଥଳ ପାଇଁ ଏକ ଟିକେଟ ପ୍ରସ୍ତୁତ କରିବେ । ତେବେ ଯଦି ସିଟ ଖାଲି ନଥିଲେ TTE ଆପଣଙ୍କୁ ସିଟ ନ ଦେଇ ପାରନ୍ତି, କିନ୍ତୁ ଯାତ୍ରା କରିବାରେ ଆପଣଙ୍କୁ ରୋକିପାରିବେ ନାହିଁ ।

ରିଜର୍ଭେସନ ନଥିଲେ ଯାତ୍ରୀଙ୍କ ପାଖରୁ ଅତିରିକ୍ତ ୨୫୦ ଟଙ୍କା ପେନାଲ୍ଟି ଚାର୍ଜ ସହିତ ଟିକେଟ ମୂଲ୍ୟ ଦେବାକୁ ହେବ । ପ୍ଲାଟଫର୍ମ ଟିକେଟ ନେଇଥିବା ସ୍ଥାନରେ ହିଁ ଆପଣଙ୍କୁ ଏହି ଟଙ୍କା ଦେବାକୁ ପଡିବ । ଯଦି ଆପଣଙ୍କ ଟ୍ରେନ କୌଣସି କାରଣବଶତଃ ଛାଡି ଦେଇଛନ୍ତି, ତେବେ ଆଗାମୀ ୨ଟି ଷ୍ଟେସନ ପର୍ଯ୍ୟନ୍ତ ଏହି ସିଟ ଅନ୍ୟ କୌଣସି ଯାତ୍ରୀଙ୍କୁ ଦିଆଯାଇ ପାରିବ ନାହିଁ ।

Get real time updates directly on you device, subscribe now.