ଏଣିକି ଭଲ ପିତାମାତା ହେବା ପାଇଁ ମିଳିବ ତାଲିମ, DTU ଆରମ୍ଭ କରିବାକୁ ଯାଉଛି ଏହାର ଡିପ୍ଲୋମା କୋର୍ସ

ଭଲ ଅଭିଭାବକ ହେବା ପାଇଁ କୋର୍ସ, ପିଲାଙ୍କ ସହ କେମିତି ମିଶିବେ ଜାଣନ୍ତୁ

ନୂଆଦିଲ୍ଲୀ: ଜଣେ ଶିଶୁକୁ ବଢାଇବା ଛୋଟ କଥା ନୁହେଁ। ଭଲପାଇବା ସହ, ସେମାନଙ୍କୁ ଏକ ଭଲ ମଣିଷ କରିବା ଲାଗି ଅଭିଭାବକଙ୍କୁ ଭୁଲ୍‌-ଠିକ୍ ବିଷୟରେ ଜାଣିବା ଆବଶ୍ୟକ।

ଏଥିସହ ଦୁନିଆର ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ମଧ୍ୟ ସେମାନଙ୍କୁ ଶିଖାଇବା ଆବଶ୍ୟକ। ଅନେକଥର ପରିସ୍ଥିତି ଏହା ମଧ୍ୟ ହୋଇଯାଏ, ଦମ୍ପତ୍ତିମାନେ ଚିଡି ଯାଆନ୍ତି, ଯାହାର ସାମ୍ନା ଶିଶୁମାନଙ୍କୁ କରିବାକୁ ପଡିଥାଏ।

ଅଭିଭାବକଙ୍କର ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଦିଲ୍ଲୀ ଟିଚର୍ସ ୟୁନିର୍ଭସିଟି ପକ୍ଷରୁ ପ୍ୟାରେଣ୍ଟଓ ହେବାର ଟ୍ରେନିଂ ଦିଆଯିବ। ଏହି ପ୍ରଶିକ୍ଷଣରେ ଅଭିଭାବକଙ୍କୁ ଶିକ୍ଷା ଦିଆଯିବ ଯେ, ସେମାନେ ନିଜ ପିଲାଙ୍କର ମାନସିକ ସ୍ଥିତି କିପରି ବୁଝିବେ।

ବିପରୀତ ପରିସ୍ଥିତିରେ କିପରି ପିଲାଙ୍କ ସହ ବ୍ୟବହାର କରିବେ ଏବଂ କିପରି ସେମାନଙ୍କୁ ଭଲ ମଣିଷ କରିବା ପାଇଁ ପ୍ରେରିତ କରିବେ।

ମିଡିଆ ରିପୋର୍ଟ ମୁତାବକ, ଏହି ସମ୍ବନ୍ଧରେ ଦିଲ୍ଲୀ ଟିଚର୍ସ ୟୁନିର୍ଭସିଟିର କୁଳପତି ପ୍ରଫେସର ଧନଞ୍ଜୟ ଜୋଶୀ କହିଛନ୍ତି ଯେ, ଏହା ଏକ ଡିପ୍ଲୋମା କୋର୍ସ। ଏହାର ନାମ ଫ୍ୟାମିଲି ଭ୍ୟାଲ୍ୟୁଜ ଆଣ୍ଡ ପ୍ୟାରେଣ୍ଟିଂ ହେବ, ଯାହାକୁ ଟ୍ରେଣ୍ଡ ଟିଚର୍ସ ପଢାଇବେ।

ଏହି ପାଠ୍ୟକ୍ରମର ଅବଧି ୬ ମାସ ରହିବ। ଏହା ଚଳିତ ବର୍ଷ ଆରମ୍ଭ ହେବାକୁ ପ୍ରୟାସ ଜାରି ରହିଛି। ଏହା ବ୍ୟତୀତ ଯୋଗ, ଧ୍ୟାନ ସମେତ ଅନ୍ୟ କୋର୍ସ ମଧ୍ୟ ଆରମ୍ଭର ଯୋଜନା କରାଯାଉଛି।