fbpx

ଗଣପର୍ବ ନୂଆଖାଇରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୟନାରାୟଣ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହି ଦାବି ନେଇ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ହେବ । କିନ୍ତୁ ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ନୂଆଖାଇ ପର୍ବ ପାଳନ ପାଇଁ ୨ ଦିନ ଅନୁମତି ଦେଉନାହାନ୍ତି । ତେଣୁ ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ, ‘ନୂଆଖାଇ’ ପର୍ବ ପାଇଁ ୨ ଦିନ ଲୋକାଲ ଛୁଟି ଘୋଷଣା କରାଯାଉ । ଶ୍ରୀ ମିଶ୍ର କହିଛନ୍ତି ପଶ୍ଚିମ ଓଡ଼ିଶାରେ ନୂଆଖାଇକୁ ବ୍ୟାପକ ଭାବେ ପାଳନ କରାଯାଇଥାଏ ।

Get real time updates directly on you device, subscribe now.