fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁଁ ବନ୍ଦ ହୋଇଗଲା ପରମାଣୁ ଯୁଦ୍ଧ, ତାଙ୍କ ପରାମର୍ଶ ଋଷରେ ପକାଇଲା ପ୍ରଭାବ: CIA ଚିଫ୍

Advertisement

ନୂଆଦିଲ୍ଲୀ: ଆମେରିକାର ଖୁଫିଆ ଏଜେନ୍ସି ସିଆଇଏ ମୁଖ୍ୟ ୱିଲିୟମ୍ ଜେ ବର୍ନ୍ସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରଣରୁ ପରମାଣୁ ଯୁଦ୍ଧର ବିପଦ ଟଳିଯାଇଛି । ଜି -୨୦ ବାଲି ଘୋଷଣାର ସପ୍ତାହେ ପରେ ସେ କହିଛନ୍ତି ଯେ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯୁଦ୍ଧର ଯୁଗ ନୁହେଁ’ ବୋଲି ପରାମର୍ଶ ଦେଇଥିଲେ ।

ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ଜେ ବର୍ନ୍ସ କହିଛନ୍ତି ଯେ, ‘ୟୁକ୍ରେନ-ଋଷ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ଧମକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଉଠାଇଥିବା ଚିନ୍ତାଧାରା ଋଷ ଉପରେ ଗଭୀର ପ୍ରଭାବ ପକାଇଛି ଓ ତାଙ୍କର ପରାମର୍ଶ ହିଁ ପରମାଣୁ ଆକ୍ରମଣର ଚିନ୍ତାକୁ ଦୂର କରିଛି ।’

ଆମେରିକାର ପବ୍ଲିକ ବ୍ରଡକାଷ୍ଟର ପିବିଏସକୁ ଦେଇଥିବା ଏକ ସାକ୍ଷାତକାରରେ ବର୍ନ୍ସ କହିଛନ୍ତି ଯେ, “ଏହା ସତ । ସେହି ପରାମର୍ଶ କାମ କରିଛି । ମୁଁ ଭାବୁଛି ପୁଟିନ ଏବଂ ତାଙ୍କ ଆଖପାଖରେ ଥିବା ଲୋକଙ୍କ ପାଖରେ ଅତ୍ୟଧିକ ବିପଜ୍ଜନକ ପରମାଣୁ ଅସ୍ତ୍ର ରହିଛି ।’

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବରରେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ଏକ ଆନୁଷ୍ଠାନିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ପୁଟିନଙ୍କୁ କହିଥିଲେ ଯେ, ଏହା ଯୁଦ୍ଧର ଯୁଗ ନୁହେଁ ।’ ଏହ ଗତ ମାସର ଜି -୨୦ ଶିଖର ସମ୍ମିଳନୀର ବାଲି ଘୋଷଣାନାମାରେ ପରିଲକ୍ଷିତ ହୋଇଥିଲା ।

Get real time updates directly on you device, subscribe now.