ଖେଳ ଗାଁରେ ୧୦୦ ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା, ୧୯ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କରୋନା ସଂକ୍ରମଣ ମାମଲା ୧୦୦ ରୁ ଅଧିକ ହୋଇଯାଇଛି । ଇତି ମଧ୍ୟରେ ଶୁକ୍ରବାର ୧୯ଟି ନୂଆ ମାମଲା ସାମନାକୁ ଆସିଛି । ଏନେଇ ଆୟୋଜକ ମାନଙ୍କ ଦ୍ୱାରା ସୂଚନା ଦିଆଯାଇଛି । ରୋଡ୍ ସାଇକିଲିଷ୍ଟ ମିଶେଲ ଶ୍ଲେଜେଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ ଆୟୋଜକମାନଙ୍କ ଦିଆଯାଇଥିବା ସୂଚନା ମୁତାବକ, ଅଲିମ୍ପିକ୍ ସହ ଜଡ଼ିତ ତିନି ଖେଳାଳୀ, ଖେଳ ସହ ଜଡ଼ିତ ୧୦ କର୍ମଚାରୀ, ତିନି ଜଣ ସାମ୍ବାଦିକ ଏବଂ ତିନି ଠିକାଦାର୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ମୋଟ ମାମଲା ସଂଖ୍ୟା ୧୦୬ରେ ପହଞ୍ଚିଯାଇଛି । ଏଥିରେ ୧୧ ଜଣ ଆଥଲେଟ୍ ରହିଛନ୍ତି । ଗଣରାଜ୍ୟ ଟିମ୍ ର ଷଷ୍ଠ ମାମଲା ସାମନାକୁ ଆସିଛି । ଏହି ଟିମ୍ ର ଚତୁର୍ଥ ଆଥଲେଟ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦଳର ରୋଡ୍ ସାଇକ୍ଲିଷ୍ଟ ମିଶେଲ ଶ୍ଲେଜେଲ୍ କରୋନା ପଜିଟିଭ୍ ହୋଇଛନ୍ତି । ସେ ଶନିବାର ରୋଡ୍ ରେସ୍ ଭାଗ ନେଇଥାନ୍ତେ । କିନ୍ତୁ ସେ ଏବେ ଆଉ ଖେଳିପାରିବେ ନାହିଁ ।

ତେବେ ଏହିପରି ଭାବରେ ଜଣେ ଭଲିବଲ୍ ଖେଳାଳୀ ମଧ୍ୟ ପଜିଟିଭ୍ ଚିହ୍ନଟ ହେବା ସହିତ କୋଚ୍ ବି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସେହିପରି ଦକ୍ଷିଣ ଆଫ୍ରିକାର ଦୁଇ ଫୁଟବଲ୍ ଖେଳାଳୀ ଏବଂ ଆମେରିକାର ଜଣେ ଫୁଟବଲ୍ ଖେଳାଳୀ ପଜିଟିଭ୍ ଚିହ୍ନଟ ହୋଇଥିଲେ ।