fbpx
BSKY SKY
BSKY SKY

ଏହି ଟିଭି କଳାକାର ଇଣ୍ଡଷ୍ଟ୍ରୀକୁ କହିଲେ ଅଲବିଦା, ୨୭ ବର୍ଷ କାମ କରିବା ପରେ ନେଲେ ସନ୍ୟାସ

BSKY

ଟିଭି ଇଣ୍ଡଷ୍ଟ୍ରୀ ଭାରତରେ ବେଶ୍ ପୁରୁଣା ଏବଂ ସିରିଏଲରେ କାମ କରୁଥିବା ଅନେକ କଳାକାର ମଧ୍ୟ ବେଶ୍ ଫ୍ୟାନ୍ ରହିଛନ୍ତି । ଅନେକ ନୂଆ ନୂଆ କଳାକାର ଇଣ୍ଡଷ୍ଟ୍ରୀକୁ ଆସୁଛନ୍ତି, ଅନେକ ଇଣ୍ଡଷ୍ଟ୍ରୀରେ ପୂର୍ବରୁ ଏଠାରେ କାମ କରୁଛନ୍ତି । ନିକଟରେ ଟିଭି ଇଣ୍ଡଷ୍ଟ୍ରୀର ଜଣେ ପରିଚିତ ଅଭିନେତ୍ରୀ ନୂପୂର ଅଳଙ୍କାର(Nupur Alankar) ଇଣ୍ଡଷ୍ଟ୍ରୀକୁ ଛାଡ଼ି ସନ୍ୟାସ ନେଇଛନ୍ତି । ୨୭ ବର୍ଷ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରୀରେ କାମ କରିବା ପରେ ଏବେ ସେ ଇଣ୍ଡିଷ୍ଟ୍ରୀକୁ କହିଛନ୍ତି ଅଲବିଦା ।

ଏନେଇ ନୂପୁର ଇଟାଇମ୍ସକୁ ଏକ ସାକ୍ଷାତକାରରେ କହିଛନ୍ତି । ସେ କହିଥିଲେ ଯେ ସେ ଫେବୃଆରୀରୁ ସନ୍ୟାସ ନେଇ ସାରିଛନ୍ତି ଏବଂ ଏବେ ସେ ତୀର୍ଥଯାତ୍ରା ଏବଂ ଗରୀବଙ୍କ ସାହାଯ୍ୟରେ ବ୍ୟସ୍ତ ଅଛନ୍ତି । ନୂପୁର  ସିନଟ।(CINTAA)ର ମଧ୍ୟ ମେମ୍ବର ରହିସାରିଛନ୍ତି । ସେ କହିଛନ୍ତି ଏବେ ସେ ତାଙ୍କର ମନ ଆଧ୍ୟାତ୍ମରେ ଲଗାଇଛନ୍ତି ଏବଂ ସେ ହିମାଳୟ ବାହାରିଛନ୍ତି । ନୂୂପୁରଙ୍କ ପତି ଏବଂ ପରିବାର ମଧ୍ୟ ତାଙ୍କର ଏହି ନିଷ୍ପତ୍ତିକୁ ମାନିଥିଲେ ଏବଂ ତାଙ୍କ ଠାରୁ ଅଲଗା ହୋଇଛନ୍ତି ।

୪୯ ବର୍ଷୀୟ ନୂପୁର ଅଳଙ୍କାର ୨୭ ବର୍ଷ ଧରି ଇଣ୍ଡଷ୍ଟ୍ରୀରେ କାମ କରିଆସୁଛନ୍ତି । ନୂପୁର ଲୋକପ୍ରୟ ଟିଭି ସିରିଏଲ “ଶକ୍ତିମାନ’, “ଘର କି ଲକ୍ଷ୍ମୀ ବେଟିୟାନ୍’ ଏବଂ “ଦିୟା ଅର ବାତି ହମ୍’ ଭଳି ୧୫୦ ରୁ ଅଧିକ ଟିଭି ଶୋ’ରେ କାମ କରିଛନ୍ତି । ସେହିପରି “ରାଜା ଜୀ’, “ସାୱରିଆ’ ଏବଂ “ସୋନାଲି କେବୁଲ’ ଭଳି ଚଳଚ୍ଚିତ୍ରରେ ନୁପୁର ଆଲଙ୍କାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

Get real time updates directly on you device, subscribe now.