fbpx

ଫେବ୍ରୁଆରୀ ୨୧ରୁ ଓସିଏସ୍ –୨୦୨୧ ମୁଖ୍ୟ ପରୀକ୍ଷା

Advertisement

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ ସି ) ଦ୍ଵାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ(ଓସିଏସ୍)-୨୦୨୧ ମୁଖ୍ୟ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୨୧ ତାରିଖଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓପିଏସ୍‌ସି ପକ୍ଷରୁ କୁହାଯାଇଛି ।

ଓସିଏସ୍ ମୁଖ୍ୟ ପରୀକ୍ଷା ପ୍ରତିଦିନ ୨ଟି ସିଟିଂରେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ। ସବୁ ପରୀକ୍ଷା ୩ ଘଣ୍ଟା ଲେଖାଏଁ ହେବାକୁ ଥିବାବେଳେ କେବଳଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ଏକ ଘଣ୍ଟା ସମୟ ମିଳିବ । ତେବେ ମାର୍ଚ୍ଚ ୭ ଏବଂ ୮ ତାରିଖ ପରୀକ୍ଷା ବନ୍ଦ ରହିବ। ଖୁବ୍‌ଶୀଘ୍ର ଓପିଏସ୍‌ସି ୱେବ୍‌ସାଇଟରେ ଆଡମିଟ୍ କାର୍ଡ ଅପ୍‌ଲୋଡ ହେବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଯଦି କୌଣସି ପରୀକ୍ଷାର୍ଥୀଙ୍କର ଏହି ପରୀକ୍ଷା ସମୟରେ ୟୁପିଏସ୍‌ସି ସିଭିଲ୍ ସର୍ଭିସ ସାକ୍ଷାତକାର ପରୀକ୍ଷା ରହିଥିବ ତାହେଲେ ସେମାନେ ଅନ୍ୟ ଏକ ତାରିଖରେ ଓସିଏ ମୁଖ୍ୟ ପରୀକ୍ଷା ଦେଇପାରିବେ । ଏଥି ନିମନ୍ତେ ସେମାନଙ୍କୁ ଆସନ୍ତା ୯ ତାରିଖ ସୁଦ୍ଧା ୟୁପିଏସ୍‌ସି ସାକ୍ଷାତକାରର ଚିଠିକୁ ଓପିଏସ୍‌ସି ନିକଟରେ ଦାଖଲ କରିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୧୬ ତାରିଖରେ ଓସିଏସ-୨୦୨୧ର ପ୍ରିଲିମ୍ପ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ପ୍ରାୟ ୫୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲାବେଳେ ୫ ହଜାର ୨୯୬ଜଣ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ କୃତକାର୍ଯ୍ୟ ହୋଇଛନ୍ତି।

Get real time updates directly on you device, subscribe now.