fbpx

ଘୋଷଣା ହେଲା ତାରିଖ: ଓଡିଶା ଆଦର୍ଶ ବିଦ୍ୟାଳୟରେ ଏହି ତାରିଖରୁ ଅନୁଷ୍ଠିତ ହେବ ପରୀକ୍ଷା

ଭୁବନେଶ୍ୱର: ଘୋଷଣା ହେଲା ଓଡିଶା ଆଦର୍ଶ ବିଦ୍ୟାଳୟର ପରୀକ୍ଷା ପାଇଁ ତାରିଖ । ଆସନ୍ତା ମାର୍ଚ୍ଚ ୪ ତାରିଖରୁ ଓଏଭିର ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଏହି ପରୀକ୍ଷା ପାଇଁ ଆସନ୍ତାକାଲିଠାରୁ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଷଷ୍ଠ ଶ୍ରେଣୀର ପିଲାମାନେ ପରୀକ୍ଷା ଦେବେ । ସେହିପରି ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀର ପିଲାମାନଙ୍କ ପାଇଁ ଏହି ସମୟସୀମା ୧୦ଟାରୁ ୧ଟା ପର୍ଯ୍ୟନ୍ତ ରଖାଯାଇଛି ।

ତେବେ କରୋନା କଟକଣାକୁ ନଜରରେ ରଖି ପରୀକ୍ଷା ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପିଲାମାନେ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହିତ ପରୀକ୍ଷା ହଲରେ ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ ହେବା ପାଇଁ ଉପଦେଶ ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Get real time updates directly on you device, subscribe now.