ଆପଣଙ୍କର ଛୁଆ ବି କମ୍ ବୟସରୁ ମୋଟା ହୋଇଯାଉଛନ୍ତି କି? ଏଭଳି ଖାଦ୍ୟରୁ ଦୂରେଇ ରଖନ୍ତୁ
ମାଆମାନେ ଦିଅନ୍ତୁ ଧ୍ୟାନ । ଏହି ଖାଦ୍ୟ ପାଇଁ ମୋଟା ହୋଇଯାଉଛନ୍ତି ଛୁଆ ।
ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ଓଜନ ବୃଦ୍ଧିର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ଏହା ପଛର କାରଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଯାହାକି ପିତା ମାତାଙ୍କ ପାଇଁ ଏକ ଚିନ୍ତାର କାରଣ ସାଜିଛି । ଲଗାତାର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କ ପିଲାର ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଇପାରେ ।
ଏହି କାରଣ ପାଇଁ ମୋଟା ହୁଅନ୍ତି ଭାରତୀୟ ଛୁଆ-
ପ୍ୟାକେଜ ଖାଦ୍ୟର ଅଧିକ ବ୍ୟବହାର-କମ୍ ବୟସରେ ମୋଟା ହେବା ଅନେକ ପ୍ରକାରର ରୋଗର କାରଣ ହୋଇପାରେ । ଏହି କାରଣରୁ କମ ବୟସରେ ମଧୁମେହ, ହୃଦରୋଗ ଏବଂ ଶ୍ୱାସକ୍ରିୟା ସମସ୍ୟା ହୋଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ପ୍ୟାକେଜ୍ ହୋଇଥିବା ଖାଦ୍ୟ ଖାଆନ୍ତି ଛୁଆ ।
ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ପିଲାମାନଙ୍କ ପାଇଁ ପ୍ୟାକେଜ୍ କରାଯାଇଥିବା ଅନେକ ଖାଦ୍ୟରେ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଅଧିକ ପରିମାଣର ଚିନି ଥାଏ, ଯାହା ପିଲାମାନଙ୍କ ମଧ୍ୟରେ ମୋଟାପାର କାରଣ ସାଜିଥାଏ ।
ମୋଟାପା- ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ଜଙ୍କଫୁଡ୍ ଏବଂ ପ୍ୟାକେଜ୍ଡ ଖାଦ୍ୟ ଖୁଆଇ ଦେଉଛନ୍ତି, ଯାହା ଫଳରେ ସେମାନେ ସନ୍ତୁଳିତ ଖାଦ୍ୟ ପାଇପାରୁ ନାହାଁନ୍ତି ଏବଂ ପୁଷ୍ଟିକର ଅଭାବ ଯୋଗୁଁ ମେଦବହୁଳତା ବୃଦ୍ଧି ପାଉଛି ।
କମ୍ ବୟସରୁ ମୋଟା ହେଲେ କଣ ହୁଏ-
ଅନେକ ରୋଗ ହୋଇପାରେ
ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ
ଭାବପ୍ରବଣ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇପାରେ
ଅତ୍ୟଧିକ ଓଜନ ବଢ଼ିପାରେ
ଓଜନ ଅଧିକ ହେବା ଦ୍ୱାରା ଥଟାର ଶିକାର ହୋଇପାରନ୍ତି । ଯାହା ଡିପ୍ରେସନ ଏବଂ ଆତ୍ମବିଶ୍ୱାସ ହ୍ରାସ କରିପାରେ ।