fbpx

(Video)ମେଳାରେ ସର୍ବସମ୍ମୁଖରେ ଆଦିବାସୀ ଯୁବତୀଙ୍କ ସହ ଯୌନ ଉତ୍ପୀଡ଼ନ, ସାହାଯ୍ୟ ବଦଳରେ କଲେ ଭିଡିଓ

ନୂଆଦିଲ୍ଲୀ: ମେଳା ଚାଲିଥିବା ବେଳେ ସର୍ବସମ୍ମୁଖରେ କିଛି ଅସଭ୍ୟ ଲୋକ ଜଣେ ଆଦିବାସୀ ଯୁବତୀଙ୍କ ସହିତ ଯୌନ ଉତ୍ପୀଡ଼ନ କରିଥିବା ଜଣାପଡ଼ିଛି । ଏହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । । ଯେଉଁଥିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ଯୁବତୀଙ୍କ ସହିତ ଲୋକମାନେ କିପରି ଭାବରେ ଅସଦାଚରଣ କରୁଛନ୍ତି । ତାହା ପୁଣି ବିଚ୍ ରାସ୍ତାରେ ଓ ସର୍ବସମ୍ମୁଖରେ । ହେଲେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଯୁବତୀଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବା ପରିବର୍ତ୍ତେ ଓଲଟା ନିଜ ନିଜ ମୋବାଇଲ୍ ରେ ଭିଡିଓ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ମଧ୍ୟପ୍ରଦେଶର ଭାଲପୁର ଗାଁର ହୋଇଥିବା ସୂଚନା । କେବଳ ଗୋଟିଏ ଝିଅ ନୁହେଁ ଦୁଇରୁ ତିନି ଜଣ ଝିଅ ରହିଥିବା ଜଣାପଡ଼ିଛି । ସେମାନଙ୍କର ଚିଲାଉଥିବା ଶବ୍ଦ ଶୁଣିବାକୁ ମିଳିଛି । ଝିଅ ମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି ।

ମେଳାରେ ଅନେକ ସଂଖ୍ୟାରେ ପୁଅ ଯାଉଥିବା ବେଳେ ଏହାକୁ ଦେଖି ଗୋଟିଏ ଯୁବତୀ ଗାଡ଼ି ପଛରେ ଲୁଚିବାକୁ ଚେଷ୍ଟା କରୁଛି ହେଲେ ପୁଅ ମାନେ ତାକୁ ଆସି ତା ସହିତ ଜୋରଜବରଦସ୍ତି କରୁଛନ୍ତି । ଝିଅଟି ନିଜର ସବୁ ବଳ ଲଗାଇ ନିଜକୁ ରକ୍ଷା କରିବାୁ ଚେଷ୍ଟା କରୁଛି କିନ୍ତୁ ଅସଫଳ ହେଉଛି । ଏହାପରେ ଏକାଧିକ ଯୁବକ ଆସି ତାକୁ ଭିଡ଼ ଭିତରକୁ ନେଇ ଯାଉଛନ୍ତି । ସେ ପାଟି କରି କରି ସାହାଯ୍ୟ ମାଗୁଛି କିନ୍ତୁ କେହି ବି ସହାୟତା ପାଇଁ ଆସୁନଥିବା ବେଳେ ଓଲଟା ଭିଡିଓ କରୁଥିବା ଦେଖିବାକୁ ମିଳିଛି ।

ଏହି ଅଞ୍ଚଳରେ ପ୍ରତିବର୍ଷ ମେଳା ପଡ଼ିଥାଏ । ମେଳାର ଉଦ୍ଦେଶ୍ୟ ହେଲା ଆଦିବାସୀ ଲୋକମାନଙ୍କ ଜୀବନୀକୁ ନିକଟରୁ ଦେଖିବା । କିନ୍ତୁ ଭିଡିଓରେ କିଛି ଅଲଗା ହିଁ ଦେଖିବାକୁ ମିଳିଛି । ଆଦିବାସୀ ଯୁବତୀ ହୋଇଥିବାରୁ ସେମାନଙ୍କ ସହିତ ଏହିପରି ଭାବରେ ଅଶ୍ଳୀଳ ବ୍ୟବହାର କରାଯାଉଛି । ଆପଣ ମାନେ ବି ଭିଡିଓ ଦେଖିଲେ କ୍ରୋଧକୁ ନିୟନ୍ତ୍ରଣ କରିପାରିବେ ନାହିଁ ।

 

Get real time updates directly on you device, subscribe now.