fbpx

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T-20: ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ OCA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ମାସରେ ବାରବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚକୁ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଜୁନ ମାସ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ । ତେବେ ଏହା ମଧ୍ୟରେ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ବାରବାଟୀ ମ୍ୟାଚର ଟିକେଟ ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହି ମ୍ୟାଚରେ ଗ୍ୟାଲେରୀରେ ଦର୍ଶକ ରହିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ତେବେ ଦୁଇବର୍ଷ ପରେ ବାରବାଟୀରେ ମ୍ୟାଚ ହେବାକୁ ଯାଉଥିବାରୁ ଓଡ଼ିଶା କ୍ରିକେଟ ଏକାଡେମୀ (ଓସିଏ) ଏହାକୁ ସଫଳ କରିବାକୁ ଜୋରଦାର ପ୍ରୟାସ ଜାରି ରଖିଛି । ଷ୍ଟାଡିୟମକୁ ଦର୍ଶକଙ୍କ ଅନୁମତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବ, ପୋଲିସ କମିଶନର, ଏସଆରସିଙ୍କୁ ଓସିଏ ପକ୍ଷରୁ ଚିଠି ଲେଖାଯାଇଛି । ରାଜ୍ୟ ସରକାରଙ୍କ ସହିତ ଓସିଏ ଅଧିକାରୀଙ୍କ ସହିତ ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ବସିବ ।

ତେବେ ଆଗାମୀ ମ୍ୟାଚ ପାଇଁ ଦୁଇଟି ବଜେଟ ପ୍ରସ୍ତତ କରାଯାଇଛି । ଦର୍ଶକଙ୍କ ଉପସ୍ଥିତି ନେଇ ଏକ ବଜେଟ ଓ ବିନା ଦର୍ଶକକୁ ନେଇ ଏକ ବଜେଟ ପ୍ରସ୍ତୁତ ହୋଇଛି । ବାରବାଟୀରେ ପ୍ରଥମ ଥର ପାଇଁ ଏଲଇଡି ଫ୍ଲଡ ଲାଇଟର ବ୍ୟବସ୍ଥା କରାଯାଇଛି । ଏଥିସହିତ ପୁରୁଣା ଗ୍ରାଉଣ୍ଡକୁ ନୂଆ ରୂପ ଦିଆଯାଇଛି । ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଉଭୟ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିବେ ।

Get real time updates directly on you device, subscribe now.