fbpx

OCS-2022 ନିଯୁକ୍ତି: ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ ଡକ୍ୟୁମେଣ୍ଟ ଯାଞ୍ଚ ଓ ପର୍ସନାଲିଟି ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୨୮ ତାରିଖଷର ଓଡ଼ିଶା ସଭିଲ ସର୍ଭିସ-୨୦୨୨ ମୁଖ୍ୟ (ଲିଖିତ) ପରୀକ୍ଷାରର ଫଳାଫଳ ଘୋଷଣା କରାଯାଇଥିଲା । ମୋଟ ୧୨୬୭ ଜଣ ପ୍ରାର୍ଥୀ ମୁଖ୍ୟ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କର ୪୯୩ ଜଣ ମହିଳା ପ୍ରାର୍ଥୀ ରହିଥିଲେ । ଗତ ଫେବୃଆରୀ ମାସ ୨୫ରୁ ମାର୍ଚ୍ଚ ମାସ ୩ ତାରିଖ ମଧ୍ୟରେ ଓଡ଼ିଶା ସଭିଲ ସର୍ଭିସ (ଓସିଏସ) -୨୦୨୨-୨୩ର ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ତେବେ ଏହା ମଧ୍ୟରେ ଓସିଏସ-୨୦୨୨ର ଡକ୍ୟୁମେଣ୍ଟ ଯାଞ୍ଚ ଓ ପର୍ସନାଲିଟି ଟେଷ୍ଟ ତାରିଖ ଘୋଷଣା କରାଯାଇଛି । ସେପ୍ଟେମ୍ବର ୧୦ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ୬ ତାରିଖରେ ତାହା ସମାପ୍ତ ହେବ । ଏଥିପାଇଁ ସେପ୍ଟେମ୍ବର ୧୬, ସେପ୍ଟେମ୍ବର ୨୨ ଓ ଅକ୍ଟୋବର ୨ ତାରିଖକୁ ବାଦ୍ ଦିଆଯାଇଛି । କଟକର ପରିଜା ରୋଡ଼ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ଏହି ପରୀକ୍ଷା କରାଯିବ । ଏନେଇ ଓପିଏସସି ପକ୍ଷରୁ ଡିଟେଲ୍ଟ ପ୍ରୋଗ୍ରାମ ଜାରି କରାଯାଇଛି । ପ୍ରାର୍ଥୀମାନେ ସବିଶେଷ ତଥ୍ୟ ଜାଣିବା ପାଇଁ ୱେବସାଇଟ୍ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.