ମେ ୧୪ ତାରିଖରେ ହେବ ପୁଣିଥରେ OCS ଆନ୍ଥ୍ରୋପୋଲୋଜି ପରୀକ୍ଷା, ବିଜ୍ଞପ୍ତି ପ୍ରକାଶ କଲା OPSC
୨୭ ଏପ୍ରିଲରେ ହୋଇଥିଲା OCS ଆନ୍ଥ୍ରୋପୋଲୋଜି ପରୀକ୍ଷା। ପ୍ରଶ୍ନପତ୍ର ତ୍ରୁଟି ଥିବା ନେଇ ଅସନ୍ତୋଷ ବଢ଼ିଥିଲା।
ନୂଆଦିଲ୍ଲୀ: ପୁଣିଥରେ ହେବ OCS ଆନ୍ଥ୍ରୋପଲୋଜି ପରୀକ୍ଷା। ଗତ ୨୭ରେ ହୋଇଥିବା ପରୀକ୍ଷା ବାତିଲ ନେଇ ସୂଚନା ଜାରି। ଆଉଥରେ ହେବ ସାନି ପରୀକ୍ଷା। ମେ ୧୪ ତାରିଖ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲା OPSC।
ପ୍ରଶ୍ନପତ୍ରରେ ତ୍ରୁଟି ନେଇ ଆସିଥିଲା ଅଭିଯୋଗ। ୨୭ ଏପ୍ରିଲରେ ହୋଇଥିଲା OCS ଆନ୍ଥ୍ରୋପୋଲୋଜି ପରୀକ୍ଷା। ଆନ୍ଥ୍ରୋପୋଲୋଜି ଅପସନାଲରେ ଥିଲା ପ୍ରଶ୍ନପତ୍ର ତ୍ରୁଟି। ତେଣୁ ଆଉଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି।
ଉଭୟ ପ୍ରଥମ ଓ ଦ୍ୱିତୀୟ ପେପର ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ କଲା OPSC। ପ୍ରଥମ ପେପର ପ୍ରଶ୍ୱ ଦ୍ୱିତୀୟରେ ଓ ଦ୍ୱିତୀୟ ପେପର ପ୍ରଶ୍ନ ପ୍ରଥମରେ ପଡିଥିଲା। ଆନ୍ଥ୍ରୋପୋଲୋଜି ଅପ୍ସନାଲ ଥିବା ପରୀକ୍ଷାର୍ଥୀ ଅସନ୍ତୋଷ ଝାଡିଥିଲେ।