fbpx
BSKY SKY
BSKY SKY

ବେଙ୍ଗାଲୁରୁରେ ଓଡ଼ିଆ କଳାକାରଙ୍କୁ ସମ୍ମାନ : ରାଜ୍ୟ ବାହାରେ ଦ୍ୱିତୀୟ ଥର ପାଇଁ ସମ୍ମାନିତ ହେଲେ ପ୍ରିୟଙ୍କା

BSKY

ନୂଆଦିଲ୍ଳୀ: ରାଜ୍ୟ ବାହାରେ ସମ୍ମାନିତ ହୋଇଛନ୍ତି କଳାକାର ପ୍ରିୟଙ୍କା ସାହାଣୀ । ଓଡ଼ିଶାରେ ଏକାଧିକ ବାର ସମ୍ମାନିତ ହୋଇଥିବା ଚିତ୍ରଶୀଳ୍ପି ପ୍ରିୟଙ୍କାଙ୍କୁ ରାଜ୍ୟ ବାହାରେ ପୁଣି ଥରେ ସମ୍ମାନିତ କରାଯାଇଛି । ପୂର୍ବରୁ କରୋନା ସମୟରେ ନଭେମ୍ବର ୨୦୨୦ରେ ପ୍ରିୟଙ୍କାଙ୍କୁ ରାଜସ୍ଥାନରେ ସମ୍ମାନିତ କରାଯାଇଥିଲା । ମାତ୍ର କରୋନା କଟକଣା କାରଣରୁ ଭର୍ଚୁଆଲ ମୋଡରେ ପୁରସ୍କାର ଗ୍ରହଣ କରିଥିଲେ ।

ଓଡ଼ିଶା ସାଂସ୍କୃତିକ ସଂଘ(ଓସିଏ) ପକ୍ଷରୁ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରିୟଙ୍କାଙ୍କୁ ଓସିଏ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ପ୍ରିୟଙ୍କା ଓସିଏର ପ୍ରତିଷ୍ଠାତା ସୁଶାନ୍ତ ମହାପାତ୍ରଙ୍କ ଏକ ଚିତ୍ର ଆଙ୍କିଥିଲେ । ଚିତ୍ର ଟିକୁ ଉକ୍ତ କାର୍ଯ୍ୟକ୍ରମରେ ଲୋକାର୍ପିତ କରାଯିବା ସହିତ ପ୍ରିୟଙ୍କାଙ୍କୁ ସମ୍ମାନିତ କରାଯାଉଥିଲା । ପୂର୍ବରୁ ପ୍ରିୟଙ୍କାଙ୍କୁ ଓଡ଼ିଶା ରାଜ୍ୟପାଳ ଡ. ଗଣେଷୀ ଲାଲ ମଧ୍ୟ ସମ୍ମାନିତ କରିଥିଲେ ।

Get real time updates directly on you device, subscribe now.