fbpx

ଭାରତ-ବାଂଲାଦେଶ ତୃତୀୟ ଟି-୨୦ରେ ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ: BCCIର ଘୋଷଣା ପରେ ଚାରିଆଡ଼ୁ ଛୁଟିଲା ଅଭିନନ୍ଦନର ସୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଂଲାଦେଶ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଜିତିବା ପରେ ଏବେ ଟିମ୍ ଇଣ୍ଡିଆ ଟି-୨୦ରେ ମଧ୍ୟ ଆଗୁଆ ସିରିଜ୍ ଜିତି ସାରିଛି । ପ୍ରଥମ ଦୁଇଟି ଟି-୨୦ରେ ଭାରତ ଜିତିବା ସହ ୨-୦ରେ ଆଗୁଆ ରହିଥିବା ବେଳେ ଅକ୍ଟୋବର ୧୨ରେ ଖେଳାଯିବ ଅନ୍ତିମ ଟେଷ୍ଟ । ଏହି ମ୍ୟାଚରେ ଜିତିବା, ହାରିବା ଭାରତର ସିରିଜ୍ ବିଜୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେଣୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଏହି ସିରିଜକୁ କ୍ୱିନ୍ ସ୍ୱିପ୍ କରିବାକୁ ପ୍ରୟାସ କରିବ ।

ତେବେ ତୃତୀୟ ଟେଷ୍ଟ ପୂର୍ବରୁ ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଏକ ଖୁସି ଖବର । ତୃତୀୟ ଟେଷ୍ଟରେ ଜଣେ ଓଡ଼ିଆଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଅନ୍ତିମ ଟି-୨୦ ପାଇଁ ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର ବରିଷ୍ଠ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ପ୍ରହଲ୍ଲାଦଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଅନ୍ତିମ ମ୍ୟାଚ ହାଇଦ୍ରାବାଦରେ ଖେଳାଯିବ । ଜଣେ ଓଡ଼ିଆ ପୁଅଙ୍କୁ ଅନ୍ତର୍ଜାତୀୟ ସ୍ତରୀୟ ମ୍ୟାଚରେ ଏଭଳି ଏକ ବଡ଼ ଦାୟିତ୍ୱ ମିଳିବା ପରେ ପ୍ରହଲ୍ଲାଦଙ୍କୁ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା, ରାଜ୍ୟର କ୍ରୀଡ଼ା ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.