ରାଜ୍ୟ ପାଇଁ ଗୌରବ: ମାଲେସିଆରେ ଆୟୋଜିତ ଗ୍ଲାମନ ମିସ୍ ଇଣ୍ଡିଆ-୨୦୨୪ ଟାଇଟଲ ଜିତିଲେ ଓଡ଼ିଆ ମଡେଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଗୌରବ ଆଣିଦେଇଛନ୍ତି ଜଣେ ଓଡ଼ିଆ ଝିଅ । ବିଦେଶରେ ଚମକିଛନ୍ତି ଓଡ଼ିଶା ମାଟିର ଜଣେ ମଡେଲ । ମାଲେସିଆରେ ଆୟୋଜିତ ଗ୍ଲାମନ ମିସ୍ ଇଣ୍ଡିଆ-୨୦୨୪ ଟାଇଟଲରେ ବିଜୟିନୀ ହୋଇଛନ୍ତି ଜଣେ ଓଡ଼ିଆ ମଡେଲ । ସେ ହେଉଛନ୍ତି ରଶ୍ମି ନାୟକ । ଏହି ଅବସରରେ ରଶ୍ମିଙ୍କୁ ରାଜଧାନୀ ଭୁବନେଶ୍ୱରଠାରେ ବୋକୋକେଫଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ବାସିନ୍ଦା ରଶ୍ମି ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ଏହି ଟାଇଲ ଜିତିବା ପରେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଏହି ପ୍ରତିଯୋଗିତାର ସଂସ୍କୃତି ରାଉଣ୍ଡରେ ସେ ଓଡ଼ିଶାର ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର କରିଥିଲେ । କଠିନ ପରିଶ୍ରମ ହିଁ ସଫଳତାର ଚାବିକୋଠି ବୋଲି ରଶ୍ମି କହିଛନ୍ତି । ଏହି ଅବସରରେ ରଶ୍ମି ନିଜର ସଫଳତାର ଗାଥାକୁ ବଖାଣିବା ସହ ଶ୍ରୀଜଗନ୍ନାଥଙ୍କ କୃପା ଓ ପିତା-ମାତାଙ୍କ ଆଶିର୍ବାଦ ଯୋଗୁଁ ଆଜି ସେ ଏହି ସଫଳତା ପାଇ ପାରିଛନ୍ତି ବୋଲି କହିଥିଲେ ।

Get real time updates directly on you device, subscribe now.