fbpx

ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ: ଆଇନ ବିଭାଗର ଗେଜେଟ ନୋଟିଫିକେସନ

ଭୁବନେଶ୍ୱର: ଆସିଲା ଓଡିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ । ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶକୁ ନେଇ ଏବେ ଅଧ୍ୟାଦେଶ ଜାରି ହୋଇଛି । ବର୍ତ୍ତମାନ ଅଧ୍ୟାଦେଶ ନେଇ ଆଇନ ବିଭାଗ ପକ୍ଷରୁ ଏକ ଗେଜେଟ ନୋଟିଫିକେସନ ପ୍ରକାଶ ପାଇଛି । ଖୁବଶୀଘ୍ର ସମସ୍ତ ନୂଆ ଏବଂ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ଅଧ୍ୟାଦେଶ । ଉଭୟ ମାଗଣା ଏବଂ ଲିଜ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ ପାଇଁ ଲାଗୁ ହେବାକୁ ଯାଉଛି । ପ୍ରକଳ୍ପର ୫୦% କିମ୍ବା ୭ ଘର ବୁକ୍ ହୋଇଥିଲେ ଗଠନ ହେବ ଆସୋସିଏସନ । ଗୋଟିଏ ପ୍ରକଳ୍ପ ପାଇଁ ଗୋଟିଏ ଆସୋସିଏସନ ଗଠନ ହେବ । ତେବେ ସବୁ ଆପାର୍ଟମେଣ୍ଟ କ୍ରେତା ଆସୋସିଏସନ୍ ସଦସ୍ୟ ହେବାକୁ ବାଧ୍ୟ ହେବେ ବୋଲି ଏହି ନୋଟିଫିକେସନରେ ଉଲ୍ଲେଖ ରହିଛି । ଏକାଧିକ ଆପାର୍ଟମେଣ୍ଟ ଥିଲେ ମଧ୍ୟ ଆସୋସିଏସନ୍ ପାଇଁ ଭୋଟିଂ କ୍ଷମତା ଗୋଟିଏ ହିଁ ରହିବ ।

Get real time updates directly on you device, subscribe now.