Breaking: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, 12ଟା ଯାଏଁ ଗୃହ ମୁଲତବି

ଦ୍ୱିତୀୟ ଦିନ ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ । ମଣ୍ଡିରେ କନଟନୀଛଟନି ପ୍ରସଙ୍ଗକୁ ନେଇ ଘେରିଲେ ବିଜେଡି ବିଧାୟକ ।

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ତେବେ ଠିକ ସମୟରେ ବିଧାନସଭା ଆରମ୍ଭ ହୋଇଥିବା ବେଳେ ପ୍ରଶ୍ନକାଳରୁ ହିଁ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା ।

ଗୃହ ମୁଲତବି ରଖିଲେ ବାଚସ୍ପତି-   ଫଳରେ ଗୃହ ଚାଲିପାରିଲା ନାହିଁ । ଫଳରେ 12 ଯାଏଁ ଗୃହକୁ ମୁଲବତି ରଖିଲେ ବାଚସ୍ପତି ସୁରମା ପାଢୀ ।

ପ୍ରଶ୍ନକାଳରୁ ବିରୋଧୀଙ୍କ ହଟ୍ଟଗୋଳ-   ଗୃହର ମଧ୍ୟଭାଗରେ ବିଜେଡି ଏବଂ କଂଗ୍ରେସ ପ୍ରବଳ ହଟ୍ଟଗୋଳ କରିଥିଲେ ।  ଆଇନ ଶୃଙ୍ଖଳା ବପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ନେଇ କଂଗ୍ରେସ ହୋହଲ୍ଲା କରିଥିଲା ।

ମଣ୍ଡିରେ କଟନିଛଟନୀ-   ଧାନ ବିକ୍ରି ସମୟରେ ମଣ୍ଡିରେ କଟନିଛଟନୀ ଅଭିଯୋଗରେ ବିଜେଡି ବିଧାୟକମାନେ ବିକ୍ଷୋଭ କରିଥିଲେ । ଫଳରେ ଗୃହକୁ ମୁଲତବୀ ରଖିଛନ୍ତିି ବାଚସ୍ପତି ।