ଭୁବନେଶ୍ୱର,୧୭ା୨: ବିଧାନସଭାରେ ସୋମବାର ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରକୁ ଆସିବା ପରେ ମୋହନ ସରକାରଙ୍କ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପାଇଁ ୩୧୧୮୫.୪୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଏ। ଯାହାକି ପୂର୍ବ ବଜେଟ ତୁଳନାରେ ଏଥର ୧୮ ପ୍ରତିଶତ ଅଧିକ ବ୍ୟୟ ବରାଦ କରାଯାଇଛି। ସମଗ୍ର ଶିକ୍ଷା ପାଇଁ ୪ ହଜାର ୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନଭୋଜନ ମିଳିବ । ଏଥିସହିତ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବାଇସାଇକେଲ୍ ମିଳିବ। ଏଥିପାଇଁ ଗଙ୍ଗାଧର ମେହର ଶିକ୍ଷା ମାନବୃଦ୍ଧି ଯୋଜନା ପାଇଁ ୧୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି ଟଙ୍କାର ପ୍ରସ୍ତାବ ରହିଛି । ବ୍ଲକ୍, ଜିଲ୍ଲା ଏବଂ ବିଦ୍ୟାଳୟ କ୍ଷେତ୍ରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ମିଳିବ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ପାଇଁ ୧୩୯ କୋଟି ପ୍ରସ୍ତାବ ରହିଛି ।
ସେହିପରି ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ବରାଦ କରାଯାଇଛି । ଆତିଥ୍ୟ ବିଦ୍ୟାଳୟ ପାଇଁ ୬୬୦ କୋଟି PM ପୋଷଣ ଯୋଜନା ପାଇଁ ୮୮୫ କୋଟି ଟଙ୍କା । ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି ବ୍ୟୟ ବରାଦ। ମାଧୋ ସିଂ ହାତଖର୍ଚ୍ଚ ଯୋଜନା ପାଇଁ ୧୫୪କୋଟି, SC/ST ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ ୪୫୦କୋଟି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨୧୦ କୋଟି ବରାଦ କରାଯାଇଥିବାବେଳେ ଶହୀଦ ଲକ୍ଷ୍ମଣ ନାୟକ ସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି ।