ଓଡ଼ିଶା ବଜେଟ୍: ଜାଣନ୍ତୁ ଏଥର କାହା ପାଇଁ କେତେ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଆଜି ରାଜ୍ୟ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥର ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍ ଉପସ୍ଥାପନା କରାଯାଉଛି । ଏହା ସହ ବିକଶିତ ଭାରତର ଇଞ୍ଜିନ ଓଡ଼ିଶା ହେବ ବୋଲି ମୁଖମନ୍ତ୍ରୀ କହିଛନ୍ତି ।

କୃଷି-ଏଥର ବଜେଟରେ କୃଷି ପାଇଁ ୧୪ ହଜାର ୮୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୬ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସିଏମ କିଷାନ ଯୋଜନା ପାଇଁ ୨ ହଜାର ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶ୍ରୀଅନ୍ନ ଅଭିଯାନ ଅର୍ନ୍ତଗତ ୬ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶସ୍ୟ ବିବିଧତା କାର୍ଯ୍ୟକ୍ରମ ପାଇଁ ୬୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପରିବହନ ଓ ଯୋଗାଯୋଗ- ଏହା ସହ ପିଏମ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୧୭ ଶହ କୋଟି ଟଙ୍କା ରହିଛି । ରେଳ ପ୍ରକଳ୍ପ ଉନ୍ନନୀକରଣ ପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ ହଜାର ୫ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେତୁବନ୍ଧ ଯୋଜନା ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ପାଇଁ ୧ ହଜାର ୮୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରବାସୀ ଓଡ଼ିା ଓ ସମ୍ପର୍କ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବେସାମରିକ ବିମାନ ଚଳାଚଳ ପାଇଁ ୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅଟଳ ବସଷ୍ଟାଣ୍ଡ ପାଇଁ ୧୨ ଶହ ୬୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

କ୍ର୍ରୀଡା –କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଉକ୍ରୃଷ୍ଟ କ୍ରୀଡାବିତଙ୍କୁ ସହାୟତା ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କ୍ରୀଡା ପ୍ର୍ରତିଯୋଗିତା ଆୟୋଜନ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଶିକ୍ଷା –ସମଗ୍ର ଶିକ୍ଷା ପାଇଁ ୪ ହଜାର ୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସ୍ୱାସ୍ଥ୍ୟ –ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬,୨୪୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ମହିଳା ଓ ଶିଶୁ-ସୁଭଦ୍ରା ଯୋଜନା ପାେଇଁ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ପାଇଁ ୪୯୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଘୋଷଣା କରାଯାଇଛି ।

ଓଡ଼ିଆ ଅସ୍ମିତ: ବକୁଳବନ ଉନ୍ନୟନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ୧୯୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସାଂସ୍କୃତିକ ଅନୁଷ୍ଠାନ ଅନୁଦାନ ପାଇଁ ୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପର୍ଯ୍ୟଟନ: ପର୍ଯ୍ୟଟନ ପାଇଁ ଆବଣ୍ଟନ କରାଯାଇଛି ୮୨୦ କୋଟି ଟଙ୍କା । ପର୍ଯ୍ୟଟକଙ୍କ ପାଇଁ ବାସସ୍ଥାନ ନିର୍ମାଣ ପାଇଁ ୩୫୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଘଟଗାଁ ମା’ ତାରିଣୀ ପୀଠର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ଓ ପ୍ରଚାର ପାଇଁ ୩୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଜଳସେଚନ: ପାର୍ବତଗିରି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ୧୩ ଶହ ୧୮୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜଳକ୍ଷେତ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ପାଇଁ ୧୩୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ ପାଇଁ ୧୭୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ତେବେ ବଜେଟରେ ନିଜସ୍ୱ ଟିକସ ରାଜସ୍ୱ ୨୨.୮% ଥିବା ବେଳେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ୨୨.୨% ରହିଛି । ନିଜସ୍ୱ ଅଣଟିକସ ରାଜସ୍ୱ ୨୦.୭% ରହିଛି । ସରକାରୀ ଋଣ ୧୬.୩%, କେନ୍ଦ୍ରୀୟ ଅନୁଦାନ ୧୪.୩% ରହିଛି ।