ଭୁବନେଶ୍ୱର, ୫ା୪ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ ଅଞ୍ଚଳର ଏବଂ ଅନ୍ୟଜଣେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଶନିବାର ସୁଦ୍ଧା ଏହି ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଥିଲା । ତେବେ କପିଳ ପ୍ରସାଦ ଅଞ୍ଚଳର ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୭୦ ବର୍ଷ ଏବଂ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିବା ଜଣାପଡ଼ିଛି । ଅଷ୍ଟ୍ରେଲିଆରୁ ଫେରିଥିବା ବ୍ୟକ୍ତି ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ବମିଖାଲ ଅଞ୍ଚଳର ଆକ୍ରାନ୍ତଙ୍କ ବୟସ ୨୯ ବର୍ଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି ।
Two more COVID POSITIVE cases in Bhubaneswar. One 70 years old male of Kapila Prasad Housing Board Colony Phase II who had returned from Australia on 22.3.2020 (home quarantine case)
Another, one 29 years old male from Bomikhal found out during active surveillance— H & FW Dept Odisha (@HFWOdisha) April 5, 2020