fbpx

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ / ଆକାମେଡିକ ନିଯୁକ୍ତି ବିଜ୍ଞପ୍ତି ବାତିଲ୍ ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ / ଆକାମେଡିକ ନିଯୁକ୍ତି ବିଜ୍ଞପ୍ତି ବାତିଲ ହୋଇଛି । ବୈଷୟିକ କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ମୋଟ ୯୭ଟି ପଦ ପାଇଁ ଗତବର୍ଷ ଡିସେମ୍ବର ମାସ ୨୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀମାନେ ଚଳିତ ବର୍ଷ ଜାନୁଆରୀ ମାସ ୧୯ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଦାଖଲ କରିଥିଲେ । ଗ୍ରୁପ-ଏ, ଗ୍ରୁପ-ବି ଓ ଗ୍ରୁପ-ସି ପଦର ଜେନେରାଲ ଓ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଯଥାକ୍ରମେ ୧୦୦୦, ୭୫୦ ଓ ୫୦୦ ଟଙ୍କା ରହିଥିଲା । ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଥିଲା ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିଲା । ଚଳିତ ବର୍ଷ ଜାନୁଆରୀ ମାସ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଧାର୍ଯ୍ୟ କରାଯାଇଥିଲା । ସିଷ୍ଟମ ଆସିଷ୍ଟାଣ୍ଟ, ହିନ୍ଦି ଅଫିସର, ସୂଚନା ବିଜ୍ଞାନୀ, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ମେଡିକାଲ ଅଧିକାରୀ, ପ୍ରାଇଭେଟ ସେକ୍ରେଟାରୀ, ସେକ୍ସନ ଅଫିସର, ହିନ୍ଦି ଅନୁବାଦକ, କନିଷ୍ଠ ଯନ୍ତ୍ରୀ (ସିଭିଲ/ ଇଲେକ୍ଟ୍ରିକାଲ), ଆସିଷ୍ଟାଣ୍ଟ, ଫାଇନାନ୍ସ ଅଫିସର, ଲାଇବ୍ରେରୀଆନ, ଡେପୁଟୀ ଲାଇବ୍ରେରିଆନ, ଆସିଷ୍ଟାଣ୍ଟ ଲାଇବ୍ରେରିଆନ ଆଦି ପଦ ଖାଲି ରହିଥିଲା ।

Get real time updates directly on you device, subscribe now.