ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଉପୁଜିଥିବା ବିବାଦର ଶୁଣାଣି ପୁଣି ଘୁଞ୍ଚିଛି । ଉଭୟପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକରେ ସମାଧାନର କୌଣସି ବାଟ ବାହାରି ପାରିନାହିଁ । ଆଲୋଚନା ପାଇଁ ଉଭୟପକ୍ଷ ସମୟ ମାଗିଥିବାରୁ ଟ୍ରିବ୍ୟୁନାଲ ଆସନ୍ତା ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଏହି ମାମଲା ସ୍ଥଗିତ ରଖିଥିବା ଜଣାଯାଇଛି ।