fbpx

ଆସୁଛି ତୃତୀୟ ଲହର, ଗତ ୨୪ ଘଣ୍ଟାରେ ୮୦୫ କରୋନା ସଂକ୍ରମିତ ଚିହ୍ନଟ; ୧୩୧ ପିଲା ସଂକ୍ରମିତ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଥମୁଥିବାରୁ ସରକାର କଟକଣାକୁ କୋହଳ କରିଛନ୍ତି । ହେଲେ ତୃତୀୟ ଲହରର ଆଶଙ୍କା ଥିବାରୁ ନିୟମ ମାନି ଚାଲିବାକୁ ନିର୍ଦେଶ ଦେଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୩୧ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୪୬୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି । ପିଲା ମାନଙ୍କୁ ଭାଇରସ ବ୍ୟାପୁଥିବାରୁ ଭୟ ବଢିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୧,୫୫୮କୁ ବୃଦ୍ଧି ପାଇଛି। ୯,୯୬,୩୦୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୭,୧୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Get real time updates directly on you device, subscribe now.