କୃଷି ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର, ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ମିଳିଥିବା ଗର୍ବର ପୁରସ୍କାରକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଲେ ଉପମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିଲା ଓଡ଼ିଶା । କୃଷି ପାଇଁ ଓଡ଼ିଶାକୁ ମିଳିଥିବା ଶ୍ରେଷ୍ଠ ରାଜ୍ୟ ପୁରସ୍କାର ମିଳିଥିଲା ।  ଆଜି ପୁରସ୍କାରକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ । 

ଲୋକସେବା ଭବନ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୃଷି ପାଇଁ ଓଡ଼ିଶାକୁ ମିଳିଥିବା ଶ୍ରେଷ୍ଠ ରାଜ୍ୟ ପୁରସ୍କାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ପାଇଁ ଗର୍ବର ପୁରସ୍କାରକୁ ଦେଖି ଖୁସି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ପ୍ରକାଶଥାଉକି, ଏଗ୍ରିକଲଚର ଟୁଡେ ଗ୍ରୁପ ଦ୍ବାରା ପ୍ରତିଷ୍ଠିତ 16ତମ ଏଗ୍ରିକଲଚର ଲିଡରସିପ୍ ସମ୍ମିଳନୀରେ ଏଗ୍ରିକଲଚର ଲିଡରସିପ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । କୃଷି  ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପୁରସ୍କାର ଗ୍ରହଣ କରିଥିଲେ ।

କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଏବଂ ପୁରସ୍କାର କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ପି. ସଥାଶିବମ୍ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଥିଲା।