Breaking: ଅଗ୍ନିଶମ କର୍ମଚାରୀଙ୍କ ଉପରେ ସୁନା କଳସ ଢ଼ାଳିଲେ ମୁଖ୍ୟମନ୍ତ୍ରୀ , ମିଳିବ ଘର ଭଡ଼ା, ବଢ଼ିଲା ଭତ୍ତା

ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ସହ ଭତ୍ତା ବୃଦ୍ଧି ।

ଡାଏଟ ଭତ୍ତା ୯୦୦ରୁ ୧୪୦୦କୁ ବଢ଼ିଲା । ମୋଟର ସାଇକେଲ ଭତ୍ତା ୩୦୦ରୁ ୧୦୫୦କୁ ବୃଦ୍ଧି ଘଟିଥିବାବେଳେ ମୋବିଲିଟି ଭତ୍ତା ୧୫୦ରୁ ୩୦୦କୁ ଏବଂ ରିସ୍କ ଭତ୍ତା ୪୦୦ରୁ ୧୦୦୦କୁ ବୃଦ୍ଧି କରାଯାଇଛି ।

ରାଜ୍ୟର ପ୍ରାୟ ୬୦୫୮ ଅଗ୍ନିଶମ କ୍ରମଚାରୀ ଉପକୃତ ହେବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

ଏ ନେଇ ସିଏମଓ ଅଫିସିଆଲ ଏକ୍ସ ଆକାଉଣ୍ଟରୁ ପୋଷ୍ଟ ଶେୟାର କରାଯାଇଛି ।