fbpx

‘ABHA’ ID ସୃଷ୍ଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟକୁ ମିଳିଲା ପ୍ରଥମ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ସାମିଲ ନେଇ ଓଡ଼ିଶାକୁ ମିଳିଛି ଏକ ବଡ଼ ସଫଳତା । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ (ଆଭା) ଯୋଜନାରେ ନୂଆ ହିତାଧିକାର (ଆଇଡି) ସୃଷ୍ଟି କରିବାରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି । ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ୍ୟର ଦୁଇଗୁଣ ହାସଲ କରି ଓଡ଼ିଶା ଏହି ପୁରସ୍କାର ଲାଭ କରିଛି ।

ଆଭା ଯୋଜନାରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶର ବାରଣାସୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ଅବରସରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କଠାରୁ ଜାତୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଡ. ବୃନ୍ଦା ଡି. ପ୍ରଥମ ପୁରସ୍କାର ଗ୍ରହଣ କରିଥିଲେ । ରାଜ୍ୟର ୧୦ଟି ଜିଲ୍ଲା ଜାତୀୟ ସ୍ତରରେ ଶୀର୍ଷସ୍ଥାନ ହାସଲ କରିଥିବା ବେଳେ ଏହି ସଫଳତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି ।

ଓଡ଼ିଶାରେ ୨୧.୯୦ ଲକ୍ଷ ଆଭା ଆଇଡି ସୃଷ୍ଟି ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶା ୪୩,୬୧,୮୯୫ ଆଇଡି ସୃଷ୍ଟି କରି ରେକର୍ଡ କରିଛି । ଏନସିଡି ପୋର୍ଟାଲ, ଆରସିଏଚ ପୋର୍ଟାଲ, ଇ-ସଞ୍ଜିବନୀ, ପିଏମଏନଡିପି, ନିକ୍ଷା ପୋର୍ଟାଲରେ ଏହି ଆଇଡି ସୃଷ୍ଟି କରାଯାଉଛି । ତେବେ ଏହି ଆଇଡି ସୃଷ୍ଟି କରିବାରେ ଗୁଜରାଟ ଦ୍ୱିତୀୟ, ମଧ୍ୟପ୍ରଦେଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମିଶନ୍ ମୋଡ଼ରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.