fbpx
BSKY SKY
BSKY SKY

ରାଜ୍ୟରେ ୯ଟି ବୃହତ ପ୍ରକଳ୍ପକୁ ମିଳିଲା ୱିଣ୍ଡୋ ସିଙ୍ଗିଲ୍ ମଞ୍ଜୁରୀ; ୨୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମିଳିବ ନିଯୁକ୍ତି

BSKY

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ ୨୦୨୨ର ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୧ ଲକ୍ଷ ୫୩ ହଜାର ୭୪ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ୨୭ ହଜାରରୁ ଊର୍ଦ୍ଧ୍ୱ ରୋଜଗାର ସୃଷ୍ଟି ହେବ ବୋଲି ଜଣାପଡିଛି। ଏହି ଯୋଜନାଗୁଡ଼ିକ ବାଲେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଜଗତ୍‍ସିଂହପୁର, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏଥିରେ ସବୁଜ ଊର୍ଜା, କାଗଜ କଳ, ମେଟାଲ କାରଖାନା ଆଦି ସାମିଲ ରହିଛି।

ଖବର ଅନୁସାରେ ଏଥିରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ୩୮ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ସେହିପରି ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟରେ ବଡ଼ ନିବେଶ ହେବ। ରାଜ୍ୟର ତିନିଟି ଜିଲ୍ଲାରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ। ଜଗତସିଂହପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବ। ACME କ୍ଲିନ୍ ଏନର୍ଜି ପ୍ରତିଷ୍ଠା କରିବ ପ୍ଲାଣ୍ଟ, ଏଥିପାଇଁ ୫୮,୨୦୯ କୋଟି ନିବେଶ ହେବ । ସେହିପରି ଗଞ୍ଜାମରେ ଆଭାଡା ଗ୍ରୀନକୁ ମିଳିଲା ମଞ୍ଜୁରୀ । ପ୍ଲାଣ୍ଟ ପାଇଁ ଆଭାଡା ନିବେଶ କରିବ ୨୩,୫୦୦ କୋଟି ଟଙ୍କା ।

ପାରାଦୀପରେ ରିନ୍ୟୁ ଇଫ୍ୟୁଏଲ ପ୍ରାଇଭେଟ ଲିମିଟେଡ(REFPL)ର ପ୍ଲାଣ୍ଟକୁ ମଧ୍ୟ ହାଇ ଲେବଲ୍ କ୍ଲିୟରାନ୍ସ ଅଥରିଟିରେ ମଞ୍ଜୁରୀ ମିଳିଛି । ଏଥିପାଇଁ ଆଇଏଫପିଏଲ ନିବେଶ କରିବ ୨୦ ହଜାର କୋଟି । ଗୋପାଳପୁରରେ ଓସିଅର ଏନର୍ଜି(Ocior)କୁ ଅନୁମୋଦନ ମିଳିଛି । ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ନିବେଶ ୭,୨୦୦ କୋଟି ନିବେଶ ହେବ । ବାଲେଶ୍ବର ରେମୁଣାରେ ବ୍ୟାଙ୍କ ନୋଟ୍ ପେପର ମିଲ ପାଇଁ ଅନୁମତି ମିଳିଛି । ନୋଟ୍ ପ୍ଲାଣ୍ଟ ପାଇଁ ନିବେଶ ହେବ ୨,୫୦୦ କୋଟି ଟଙ୍କା । ପାରାଦୀପରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛି ଏଚଏଲସିଏ । ବାର୍ଷିକ ୭ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ, ଏଥିପାଇଁ ନିବେଶ ହେବ ୩୮ ହଜାର କୋଟି ଟଙ୍କା । ଏହି ପ୍ଲାଣ୍ଟ ହେବା ଦ୍ୱାରା ୧୧,୪୯୫ ଜଣଙ୍କୁ ନିଯୁକ୍ତି ମିଳିବ ।

Get real time updates directly on you device, subscribe now.