fbpx

ରାଜ୍ୟରେ VVIP ସୁରକ୍ଷା ଚିନ୍ତା, ନୂତନ ସୁରକ୍ଷା ଯୋଜନାକୁ ଅନୁମୋଦନ କଲେ ଓଡ଼ିଶା ସରକାର

Advertisement

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ରାଜ୍ୟରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ଦୌତ ନଗରୀ(କଟକ-ଭୁବନେଶ୍ୱର)ରେ ଭିଭିଆଇପି ମାନଙ୍କ ପାଇଁ ନୂତନ ସୁରକ୍ଷା ଡିଭିଜନ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ଏକ ସ୍ୱତନ୍ତ୍ର ଡିଭିଜନ ସୁରକ୍ଷା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ନୂତନ ନୂତନ ଡିଭିଜନ ସ୍ୱତନ୍ତ୍ର ଭାବରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବ। ଏଥି ପାଇଁ ଏକ ସ୍ୱତନ୍ତ୍ର ଗାଇଡ ବୁକ୍ ରହିବ, ଯାହା କିଛି ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କ ପାଇଁ ନିୟମ ପୁସ୍ତକ ଦ୍ୱାରା ପରିଚାଳିତ। ସମ୍ପ୍ରତି, ଭୁବନେଶ୍ୱର ଏବଂ କଟକ ଡିସିପିମାନଙ୍କୁ ଟ୍ୱିନ୍ ସିଟିରେ ଦାୟିତ୍ୱ ଦିଆଯାଇଛି।

ଏହି ନୂତନ ସୁରକ୍ଷା ଡିଭିଜନକୁ ଡିସିପି ପ୍ରତିନିଧିତ୍ୱ କରିବେ। ଏଥିରେ ୭୦୦ରୁ ୧,୨୦୦ ଏହି ବର୍ଗର ସୁରକ୍ଷାକର୍ମୀ ରହିବେ। ତେବେ ଏହି ଡିଭିଜନଟି ରାଜ୍ୟ ପୋଲିସର ବଛାବଛା ଯବାନଙ୍କୁ ନେଇ ଗଠିତ ହେବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ପୋଲିସର ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍ ଏବଂ କମିଶନର୍ ପୋଲିସର ଆତଙ୍କବାଦୀ ବିରୋଧୀ ସ୍କ୍ୱାଡକୁ ସୁରକ୍ଷା ବିଭାଗ ସହିତ ମିଶ୍ରଣ କରାଯିବ।

ଏହି ଡିଭିଜନ ଦୌତ ନଗରୀରେ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ସହିତ ଲିଙ୍ଗରାଜ ମନ୍ଦିର, ରାଜଭବନ, ମୁଖ୍ୟମନ୍ତ୍ରୀ ନିବାସ ଏବଂ ଲୋକସେବା ଭବନ, ଓଡ଼ିଶା ହାଇକୋର୍ଟ ଭଳି ଅନ୍ୟ କେତକେ ପ୍ରମୁଖ ସ୍ଥାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନିୟନ୍ତ୍ରଣ କରିବ । ସେହିଭଳି ବିଧାୟକ ଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କ ନିୟୋଜିତ ହେଉଥିବା ବ୍ୟକ୍ତିଗତ ସୁରକ୍ଷାକର୍ମୀ(ପିଏସ୍‌ଓ) ଅଦଳବଦଳି ମଧ୍ୟ କରିବ ।

ତେବେ ଏହି ନୂତନ ଡିଭିଜନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମିଳି ସାରିଥିବା ପୋଲିସ ଡିଜି ସୁନିଲ ବଶଂଲ କହିଛନ୍ତି । ‘ନୂଆଦିଲ୍ଲୀ ଏବଂ ମୁମ୍ବାଇ ପରି ମେଟ୍ରୋ ସହରରେ ବର୍ତ୍ତମାନ ଏହିଭଳି ସୁରକ୍ଷା ବ୍ୟବସ୍ଥା ବିଦ୍ୟମାନ ଅଛି ଏବଂ ଭୁବନେଶ୍ୱର ଏବଂ କଟକ ପାଇଁ ସମାନ ୱିଙ୍ଗ ସ୍ଥାପନ ପାଇଁ ପ୍ରସ୍ତାବ କିଛି ମାସ ପୂର୍ବରୁ ସରକାରଙ୍କ ନିକଟକୁ ପଠାଯାଇଥିଲା । ଏହା ଖୁବ୍ ଶୀଘ୍ର ସକ୍ରିୟ ହେବ ବୋଲି ସେ କହିଛନ୍ତି।’

Get real time updates directly on you device, subscribe now.