ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର, ଏତିକି ଟଙ୍କା ବଢିଲା ଭତ୍ତା ରାଶି

ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବଢ଼ିଲା । କାରାବରଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ଦ୍ବିଗୁଣା ପେନସନ୍ ।

ଭୁବନେଶ୍ବର: ବଡ ଘୋଷଣା କଲେ ମୋହନ ସରକାର । ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । କାରାବରଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପେନସନକୁ ଦ୍ବିଗୁଣା କରାଯାଇଛି ।

ସ୍ବାଧୀନତା ସଂଗ୍ରାମୀ କାରାବରଣ କରିଥିଲେ ୧୦ ହଜାର ବଦଳରେ ୨୦ ହଜାର ପାଇବେ ।  ପୂର୍ବରୁ ସେମାନେ 10 ହଜାର ପାଉଥିବା ବେଳେ ଏହାକୁ ଦ୍ବିଗୁଣା ବୃଦ୍ଧି କରାଯାଇ 20 ହଜାର କରାଯାଇଛି । କାରାବରଣ କରି ନଥିଲେ ୯ ହଜାର ପରିବର୍ତ୍ତେ ୧୫ ହଜାର ପାଇବେ ।

ଅନ୍ୟପଟେ ଜାତୀୟ ପେନସନ ପାଉଥିବା ସଂଗ୍ରାମୀ ୮ ହଜାର ବଦଳରେ ୧୦ ହଜାର ପାଇବେ  । MISA ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିଲେ ୨୦ ହଜାର ଟଙ୍କା ଭତ୍ତା ଦେବେ ରାଜ୍ୟ ସରକାର । ଅନ୍ୟପଟେ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଲେ ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି । ଯେଉଁମାନେ ପୂର୍ବରୁ ଦାୟିତ୍ଵ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁନଥିଲେ । ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି । କିନ୍ତୁ ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନେ ଆଜି ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି।