ଭୁବନେଶ୍ବର: ପାଚକ-ପାଚିକାଙ୍କ ପାଇଁ ଖୁସି ଖବର । ବଢିଲା ପାରିଶ୍ରମିକ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ପିଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚକ, ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ପାଚକ, ପାଚିକାଙ୍କ ମାସିକ ପାରିଶ୍ରମିକ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ 2 ହଜାର ଟଙ୍କା ରହଥିଲା । ଏହା ଦ୍ବାରା ୧ ଲକ୍ଷ ୧୨ ହଜାର ପାଚକ, ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ 112 କୋଟି ଟଙ୍କା ବ୍ୟୟ କରିବେ ।
ପ୍ରକାଶଥାଉକି, ପୂର୍ବରୁ ପାଚକ-ପାଚିକାମାନେ ସେମାନଙ୍କର ଦରମା ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ । ପୂର୍ବ ସରକାର ଦରମା ବୃଦ୍ଧି ନେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହାକୁ ପୂରଣ କରିନଥିଲେ । ବର୍ତ୍ତମାନ ସରକାର ପାରିଶ୍ରମିକ ବୃଦ୍ଧି ପାଇଁ ଘୋଷଣା କରିଛନ୍ତ ।
କହିରଖୁଛୁ କି, ପୂର୍ବରୁ ସେମାନଙ୍କର ଦରମା 1 ହଜାର ଟଙ୍କା ରହିଥିଲା । କିନ୍ତୁ ପରବର୍ତ୍ତି ସମୟରେ ଏହାକୁ 2 ହଜାର ଟଙ୍କା କରାଯାଇଥିଲା । ତେବେ ପାଚିକାମାନେ ସେମାନଙ୍କର ପାରିଶ୍ରମିକ 8ରୁ 10 ହଜାର କରିବା ପାଇଁ ଦାବି କରି ଆସୁଥିଲେ । ବର୍ତ୍ତମାନ ସରକାର ଏହାକୁ 3 ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ।