ସହରାଞ୍ଚଳ ଗରିବଙ୍କୁ ଜାଗା ସହ ମିଳିବ ୨ ଲକ୍ଷ ଟଙ୍କା: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ସହରାଞ୍ଚଳୁ ଭୂମିହୀନ ତଥା ଆର୍ଥିକ ଅନଗ୍ରସରଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ସହରାଞ୍ଚଳରେ ବସବାସ କରୁଥିବା ଜଣେ ଗରିବ ହିତାଧିକାରୀଙ୍କୁ ମାଗଣା ଜମି ସହ ଘର ନିର୍ମାଣ ପାଇଁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ଏଭଳି ଅଭିନବ ପଦକ୍ଷେପ ଜାତୀୟସ୍ତରରେ ପ୍ରଥମ ହୋଇଥିବାବେଳେ ଏହାକୁ କେନ୍ଦ୍ର ସରକାର ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଗୁଜରାଟର ରାଜକୋଟରେ ଅନୁଷ୍ଠିତ ହେବାକୁ ଥିବା ଅର୍ବାନ୍ ହାଉସିଂ କନକ୍ଲେଭରେ ଗୁଜରାଟ ଅର୍ବାନ କନକ୍ଲେଭରେ ପୁରସ୍କୃତ ହେବ ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ପୁରସ୍କୃତ କରିବେ । ସୂଚନାଯୋଗ୍ୟ ଯେ, ସହରାଞ୍ଚଳର ବସ୍ତିବାସିନ୍ଦା କିମ୍ବା ସରକାରୀ ଜମିରେ ରହିଥିବା ଆର୍ଥିକ ଅନଗ୍ରସର ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟରେ ସୀମିତ ସେହିମାନେ ହିଁ ହିତାଧିକାରୀ ଭାବେ ଚିହ୍ନଟ ହୋଇଛନ୍ତି ।

ମହାନଗର ନିଗମକୁ ଛାଡ଼ି ରାଜ୍ୟ ସରକାର ୧୧୫ଟି ପୌରାଞ୍ଚଳର ୨୯୧୯ ବସ୍ତି ପାଇଁ ଜାଗା ମିଶନ ଯୋଜନା ଲାଗୁ କରିଛନ୍ତି । ଏଥିପାଇଁ ୧ ଲକ୍ଷ ୭୨ ହଜାର ୬୫୬ ପରିବାର ଚିହ୍ନଟ ହୋଇଛନ୍ତି । ଆପତ୍ତିବିହୀନ ଜମି ଦଖଲରେ ଥିବା ବସ୍ତିବାସିନ୍ଦାଙ୍କୁ ଜଣ ପିଛା ୩୦ ବର୍ଗ ମିଟର ମାଗଣା ଜମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଉଛି ।

ଏବେସୁଦ୍ଧା ୮୦, ୫୫୫ ଜଣ ହିତାଧିକାରୀଙ୍କୁ ଜମିପଟ୍ଟା ବଣ୍ଟନ ସରିଲାଣି । ସେହିଭଳି ଆପତ୍ତି ଥିବା ଜମିରେ ବାସଗୃହ କରି ରହିଥିବା ଗରିବଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣପତ୍ର ବଣ୍ଟନ କରାଯାଇଛି । ଏପର୍ଯ୍ୟନ୍ତ ୯୨,୧୦୧ ଜଣଙ୍କୁ ଏହି ପ୍ରମାଣପତ୍ର ଦିଆସରିଛି । ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଜଣେ ଗରିବ ନିଜ ପାଇଁ ପକ୍କାଘର ଟିଏ କରିବାରେ ସମର୍ଥ ହୋଇପାରୁଛି । ଏଥିପାଇଁ ଓଡ଼ିଶାର ୩ ଜଣ ହିତାଧିକାରୀଙ୍କୁ ଅର୍ବାନ୍ କନକ୍ଲେଭରେ ପୁରସ୍କୃତ କରିବେ । ହିତାଧିକାରୀମାନେ ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ଧାମନଗର ବିଜ୍ଞାପିତ ପରିଷଦର ବାଇନ ଜେନା, ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ପରିଷଦର ପୋଲାକି ସଞ୍ଜୀବ ରାଓ ଏବଂ ଚୌଦ୍ୱାର ମ୍ୟୁନସିପାଲଟି ବାବନ ଖିଲାରଙ୍କୁ ଉତ୍ତମ ଗୃହ ନିର୍ମାଣ ନିମନ୍ତେ ପୁରସ୍କୃତ କରଯିବ । ଜାଗା ମିଶନ ନିୟମ ଅନୁଯାୟୀ, ଆର୍ଥିକ ଅନଗ୍ରସର ହୋଇନଥିବା ବର୍ଗର ହିତାଧିକାରୀ ସମ୍ପୃକ୍ତ ଜମିର ବେଞ୍ଚମାର୍କର ୫୦% ଅର୍ଥ ଜମା କରିବେ । ଏହାସହିତ ମ୍ୟୁନିସିପାଲଟିରେ ଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି ୩୦ରୁ ୪୫ ବର୍ଗ ମିଟର ଜମି ପାଇଁ ୨୫% ଅର୍ଥ ଜମା କରିବେ । ସେହିପରି ଏନ୍ଏସିରେ ୩୦ରୁ ୬୦ ବର୍ଗ ମିଟର ଜମି ଅଧିକାର ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବାକୁ ପଡ଼ିବ ।

Get real time updates directly on you device, subscribe now.