Breaking: ମୋ ବସ୍ରେ ଲାଗିବ ADAS ସିଷ୍ଟମ, ଡ୍ରାଇଭରଙ୍କ ଆଖି ଲାଗିଲେ ସାଇରନ୍ ବାଜିବ
ବାରମ୍ବାର ମୋ ବସ୍ ଦୁର୍ଘଟଣା ଘଟାଇବା ପରେ ପଦକ୍ଷେପ । ମୋ ବସ୍ରେ କ୍ୟାମେରା ଲାଗିବ ।
ଭୁବନେଶ୍ବର: ମୋ ବସ୍ରେ ଲାଗିବ ADAS ସିଷ୍ଟମ । ସତର୍କ କରିବାକୁ ବାଜିବ ସାଇରନ୍ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ଗତ କିଛି ଦିନ ହେବ ମୋ ବସ୍ ଦୁର୍ଘଟଣା ଘଟାଇ ଚାସିଥିବା ବେଳେ ଏହା ଉପରେ ରୋକ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ଆଖି ଲାଗିଲେ ସାଇରନ୍ ବାଜିବ- ଡ୍ରାଇଭର ଆଖି ଲାଗିଲେ କି ଅନ୍ୟ କିଛି ତ୍ରୁଟି ହେଲେ ସାଇରନ ବାଜିବ । ଏହା ସହ ସବୁ ମୋ ବସ୍ରେ କ୍ୟାମେରା ଲାଗିବ ।
ଦୁର୍ଘଟଣା କମାଇବାକୁ ୪୦ କିମି ସ୍ପିଡ୍ ଗଭର୍ନର ଲଗାଯାଇଛି । ଟ୍ରାଫିକ ଅଧିକ ଯୋଗୁଁ ମୋ ବସ୍ ସଂଖ୍ୟା ବଢ଼ିବ ବୋଲି ମନ୍ତ୍ରୀ କହିଛନ୍ତି ।