fbpx

ଓଡ଼ିଶାକୁ ପୁରସ୍କୃତ କଲେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଥିଲେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ସମଗ୍ର ଦେଶରେ ରାଷ୍ଟ୍ରୀୟ ଖଣିଜ ବିକାଶ ନିୟମ ଅନୁଯାୟୀ ଓଡିଶା ରାଜ୍ୟ କାର୍ଯ୍ୟ କରୁଥିବାରୁ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ଅବସରରେ ଓଡିଶା ରାଜ୍ୟ କାଟାଗୋରୀ-୧ରେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷପାଇଁ ପ୍ରଥମ ପୁରସ୍କାର ପାଇଛି। ଏହି ପୁରସ୍କାର ସ୍ୱରୁପ ୩ କୋଟି ଟଙ୍କା ଏବଂ ରାଜ୍ୟ କେନ୍ଦ୍ରରେ ସମ୍ବର୍ଦ୍ଧିତ ହୋଇଛି । ଏହି ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତମନ୍ତ୍ର ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ପୁରସ୍କାର ରାଶି ପ୍ରଦାନ କରିବା ସହିତ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ସୂଚନା ଥାଉକି ଓଡିଶାରେ ଖଣି ପରିଚାଳନା ନିୟମକୁ ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟ ଖଣି ନିଲାମ ଓ ଖଣିଜ ପଦାର୍ଥ ପରିଚାଳନାରେ ଏହି ପୁରସ୍କାର ରାଶି ପାଇଥିବାର ସୂଚନା ମିଳିଛି । ବକ୍ସାଇଟ ଓ ମାଙ୍ଗାନିଜର ସୁପରିଚାଳନା ପାଇଁ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏଥିନିମନ୍ତେ ୨ କୋଟି ଟଙ୍କା ପୁରସ୍କାର ରାଶି କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଇଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.