fbpx

ଓଡିଶାରେ ସର୍ବାଧିକ ୨୧ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଆଜି ବି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ ରାଜ୍ୟରେ  କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୬୧କୁ ବୃଦ୍ଧି ପାଇଛି ।

ତେବେ ଆଜି ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧ ହଜାର ୫୧୨ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା । ସେହିପରି କଟକରୁ ୧୦୫୨, ଅନୁଗୁଳରୁ ୫୬୦, ସମ୍ବଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗିରରୁ ୪୩୭, ବରଗଡରୁ ୪୨୮, ଝାରସୁଗୁଡାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨, ଗଞ୍ଜାମରୁ ୩୪୧, ଯାଜପୁରରୁ ୩୦୨, ଷ୍ଟେଟପୁଲରୁ ୩୦୨, ନୂଆପଡାରୁ ୨୮୬, ବାଲେଶ୍ୱରରୁ ୨୬୦, କେନ୍ଦୁଝରରୁ ୨୨୧, ସୁବର୍ଣ୍ଣପୁରରୁ ୨୧୦, ନୟାଗଡରୁ ୨୦୪, ମୟୂରଭଞ୍ଜରୁ ୧୭୫, ଢେଙ୍କାନାଳରୁ ୧୭୭, କେନ୍ଦ୍ରାପଡାରୁ ୧୪୫, ରାୟଗଡାରୁ ୧୩୮, ବୌଦ୍ଧରୁ ୧୭୮, ଜଗତସିଂହପୁରରୁ ୧୩୪, କୋରାପୁଟରୁ ୧୨୨, ଦେବଗଡରୁ ୧୧୫, ଗଜପତିରୁ ୧୦୫, କନ୍ଧମାଳରୁ ୯୨, ଭଦ୍ରକରୁ ୮୩, ମାଲକାନଗିରିରୁ ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.