ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି: ଜିଲ୍ଲା ଜଜ୍ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଜିଲ୍ଲା ଜଜ୍ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲିମିଟେଡ୍ କମ୍ପିଟିଟିଭ୍ ପରୀକ୍ଷା, ୨୦୨୪ ମାଧ୍ୟମରେ ଏହି ପଦ ପୂରଣ ହେବ । ନଭେମ୍ବର ୬ ତାରିଖ ସକାଳ ୧୦ଟାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୨ ତାରିଖ ରାତି ୧୧.୫୯ ସମୟରେ ସମାପ୍ତ ହେବ । ଏହି ପଦ ପାଇଁ ପ୍ରାର୍ଥୀ ଚଳିତ ବର୍ଷ ଏପ୍ରିଲ ମାସ ପହିଲା ସୁଦ୍ଧା ପ୍ରାର୍ଥୀ ସିଭିଲ ଜଜ୍ (ସିନିୟର ଡିଭିଜନ)ରେ ୫ ବର୍ଷର ସର୍ଭିସ କ୍ୱାଲିଫାଏ କରିଥିବା ଆବଶ୍ୟକ । ସବିଶେଷ ତଥ୍ୟ ପାଇବା ପାଇଁ ଆଶାୟୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଚେକ୍ କରିପାରିବେ ।

ମୋଟ ୧୪ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ୧,୪୪,୮୪୦ – ୧,୯୪,୬୬୦ ଟଙ୍କା ସ୍କେଲ ପେ’ ସହିତ ମହଙ୍ଗା ଭତ୍ତା (ଡିଏ) ଓ ଅନ୍ୟ ଭତ୍ତା ସମୟ ଅନୁସାରେ ମିଳିବ । ପ୍ରାର୍ଥୀଙ୍କୁ ସଦ୍ୟ ପାସପୋର୍ଟ ସାଇଜ୍ ରଙ୍ଗୀନ ଫଟୋ ଓ ସମ୍ପୂର୍ଣ୍ଣ ହସ୍ତାକ୍ଷର ଅପଲୋଡ୍ କରିବାକୁ ପଡ଼ିବ । ଲିଖିତ ପରୀକ୍ଷାରେ ପେପର-୧ ଓ ପେପର-୨ ପରୀକ୍ଷା କରାଯିବ । ତା’ପରେ ସାକ୍ଷାତକାର ନିଆଯିବ । ଅନଲାଇନ୍ ଆବେଦନରେ ଯଦି କୌଣସି ସମସ୍ୟା ଉପୁଜେ, ତେବେ ପ୍ରାର୍ଥୀମାନେ ବିଜ୍ଞପ୍ତିରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ କିମ୍ବା ଇ-ମେଲ୍ କରିପାରିବେ ।

ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/239/