fbpx

ଓଡ଼ିଶା ହାଇକୋର୍ଟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଲା: ଜୁନିୟର ଗ୍ରେଡ ଟାଇପିଷ୍ଟ / DEO ପଦ ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ୧୯,୯୦୦ରୁ ୬୩,୨୦୦ ଟଙ୍କାର ସ୍କେଲ ପେ’ରେ ଲେବଲ ୩ ଅନୁସାରେ ବେତନ ପ୍ରଦାନ କରାଯିବ । ସେପ୍ଟେମ୍ବର ମାସ ୨ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୭ ତାରିଖରେ ସମାପ୍ତ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୩୫ଟି ପଦ ଖାଲି ରହିଥିବା ବେଳେ ୧୧ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୟୁଆରଙ୍କ ପାଇଁ ୧୬ଟି (୫ଟି ପଦ ମହିଳା), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କ ପାଇଁ ୪ଟି (୧ଟି ପଦ ମହିଳା), ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୬ଟି (୨ଟି ପଦ ମହିଳା), ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୯ଟି (୩ଟି ପଦ ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିବା ସହିତ ଟାଇପିଂ ସ୍ପିଡ୍ ମିନିଟ୍ ପିଛା ୪୦ଟି ଶବ୍ଦ ରହିଥିବ । ପ୍ରାର୍ଥୀ କମ୍ପ୍ୟୁଟରରେ ପିଜିଡିସିଏ କୋର୍ସ କରିଥିବେ । ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି, ଏସଟି, ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ପ୍ରିଲିମିନାରୀ ପରୀକ୍ଷା, ଭାଷା ପରୀକ୍ଷା, କମ୍ପ୍ୟୁଟର ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ ସାକ୍ଷାତକାର ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/announcement/announcement-pdf-view/962/

Get real time updates directly on you device, subscribe now.