ଦିଲ୍ଲୀରେ ଓଡ଼ିଶା ନିବେଶକ ସମ୍ମିଳନୀ: ପ୍ରଥମ ଦିନରେ 27 ହଜାର କୋଟିର ନିବେଶ ପାଇଁ MOU, ସୃଷ୍ଟି ହେବ 48 ହଜାର ନିଯୁକ୍ତି

3 ଦିନିଆ ଦିଲ୍ଲୀ ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଭୁବନେଶ୍ବର: 3ଦିନିଆ ଦିଲ୍ଲୀ ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ପ୍ରଥମ ଦିନରେ ସେ 14 ଜଣ ଶିଳ୍ପ ପ୍ରତିନିଧିଙ୍କ ସହିତ ସାକ୍ଷାତ କରିଛନ୍ତି ।

ତେବେ ଏଥିରେ 30 ହଜାର 595 କୋଟିର ପ୍ରସ୍ତାବ ମିଳିଥିବା ବେଳେ 27 ହଜାର କୋଟିର ନିବେଶ ପାଇଁ ଏମଓୟୁ ହୋଇଛି । ତେବେ ଏଥିରେ 48 ହଜାର 390 ଲୋକଙ୍କ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି ।

ରାଜ୍ୟ ସରକାର ମୋଟ 11ଟି ଏମଓୟୁ ସ୍ବାକ୍ଷରିତ କରିଛନ୍ତି । ଓଡ଼ିଶାରେ ଏଚସିଏଲଟେକ୍ କ୍ୟାମ୍ପସ ସହିତ ଏକ ବିଶ୍ବବିଦ୍ୟାଳୟ ପ୍ରସ୍ତାବ ଦିଆଯାଇଛି । ତେବେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଓ ଶିଳ୍ପ ଅନୁକୂଳ ବାତାବରଣ ରହିଛି ।

ଓଡ଼ିଶା ଆସି ପୁଞ୍ଜି ନିବେଶ କରିବା ପାଇଁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖବର ଅନୁସାରେ, ଆଜି 3 ତୈଳ କମ୍ପାନୀ ସହିତ ଏମଓୟୁ ସ୍ବାକ୍ଷରିତ କରିବେ ମୁଖ୍ୟମନ୍ତ୍ରୀ ।

ପାରାଦ୍ବୀପରେ ମେଗା ଡୁଆଲ ଫିଡ କ୍ରାକର ପାଇଁ ଆଇଓସିଏଲ ସହିତ ଚୁକ୍ତି ହେବ । ସେହିପରି ଚଣ୍ଡିୋଲରେ ଇଣ୍ଡିଆନ ଷ୍ଟାଟେଜିଜ ପେଟ୍ରୋଲିୟମ ରିଜର୍ଭ ଲିଃ ଅଶୋଧିତ ତୈଳଭଣ୍ଡାର କରିବ । ଅନ୍ୟପଟେ ଗୋପାଳପୁରରେ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା କରିବ ପେଟ୍ରୋନେଟ ଏଲଏନଜି ଲିଃ ।