fbpx

ଓଡ଼ିଶାର ମେଡିକାଲ କ୍ୟାମ୍ପସରେ ହେବ ସ୍ଥାୟୀ ‘ହେଲିପ୍ୟାଡ’: ରୋଗୀଙ୍କୁ ଏୟାରଲିଫ୍ଟର ସୁବିଧା ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବର୍ତ୍ତମାନ ସ୍ୱାସ୍ଥ୍ୟକ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାକୁ ଚିକିତ୍ସା କ୍ଷେତ୍ରରେ ବିକାଶ କରାଇବା ପାଇଁ ବିଭିନ୍ନ ଐତିହାସିକ ନିଷ୍ପତ୍ତି ନେଉଛନ୍ତି ସରକାର । ବର୍ତ୍ତମାନ ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣର୍ ନିଷ୍ପତ୍ତି ନିଆଯାଇଛି । ଏଣିକି ଗୁରୁତର ରୋଗୀମାନଙ୍କୁ ‘ଏୟାର ଲିଫ୍ଟ’ର ସୁବିଧା ଯୋଗାଇ ଦିଆଯିବ । କମ୍ ସମୟରେ ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ବ୍ୟବହାର ହେବ ହେଲକପ୍ଟର । ଏଥିପାଇଁ କିଛି ମେଡିକାଲରେ ସ୍ଥାୟୀ ‘ହେଲିପ୍ୟାଡ’ ପ୍ରସ୍ତୁତ କରିବା ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।

ବିଶେଷ କରି ଦୁର୍ଗମ ଅଞ୍ଚଳକୁ ଏବଂ ସହରର ବଡ଼ ମେଡିକାଲକୁ ସଂଯୋଗ ପାଇଁ ବିମାନ ଚିକିତ୍ସା ସେବା ସୁବିଧା ଯୋଗାଇ ଦେବେ ସରକାର । ଏଥିପାଇଁ ରାଜ୍ୟର ୪ଟି ବଡ଼ ମେଡିକାଲ ପରିସରରେ ସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯିବ । କଟକର ଏସସିବି ମେଡିକାଲ, ସମ୍ବଲପୁରର ଭିଏସଏସ ମେଡିକାଲ ଏବଂ ବ୍ରହ୍ମପୁରର ଏମକେସିଜି ମେଡିକାଲ ସହ ଭୁବନେଶ୍ୱରର ଏମ୍ସ ମେଡିକାଲକୁ ବିମାନ ଚିକିତ୍ସା ସେବା ଉପଲବ୍ଧ ହେବ । ଏହାଦ୍ୱାରା ଗୁରୁତର ରୋଗୀମାନଙ୍କୁ ଉଚିତ୍ ସମୟ ମଧ୍ୟରେ ଏହି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ପାରିବ । ଫଳରେ ଚିକିତ୍ସା ଅଭାବରେ ରାଜ୍ୟରେ ହେଉଥିବା ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇବ । ଏହି ସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇ ସାରିଥିବା ବେଳେ ଖୁବଶୀଘ୍ର ରାଜ୍ୟବାସୀଙ୍କୁ ଏହି ସୁବିଧା ଯୋଗାଇ ଦେବେ ସରକାର ।

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଡିପିଆଇ ଏବଂ ରୋଡ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେକାଯାଇଛି । ହେଲିପ୍ୟାଡ ନିର୍ମାଣ ପାଇଁ ଏହି ମେଡିକାଲ ଗୁଡ଼ିକର କ୍ୟାମ୍ପସ ଭିତରେ ସ୍ଥାନ ଚିହ୍ନଟ କରିବାକୁ କୁହାଯାଇଛି । ଏହି ପ୍ରସଙ୍ଗରେ ବ୍ରହ୍ମପୁର ପୂର୍ତ୍ତବିଭାଗ(ରାସ୍ତା ଓ କୋଠାବାଡି) ଡିଭିଜନ-୧ର ଅଧିକ୍ଷଣ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା କହିଛନ୍ତି ସ୍ଥାୟୀ ହେଲିପ୍ୟାଡ ପାଇଁ ଅନ୍ୟୁନ ଅଧା ଏକର ଜମିର ଆବଶ୍ୟକତା ରହିଛି। ଏବଂ ହେଲିପ୍ୟାଡର ଆଖପାଖରେ କୌଣସି ବଡ କୋଠା ନଥିଲେ ହେଲିକପ୍ଟର ଉଡାଣ ଓ ଅବତରଣ କରିବାରେ କୌଣସି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା ।

Get real time updates directly on you device, subscribe now.