fbpx

ଅସହ୍ୟ ଖରା, ଗରମରେ କଲବଲ ରାଜ୍ୟବାସୀ, ଆସନ୍ତା ୬ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ

ଓଡ଼ିଶା ଭାସ୍କର: ଅସହ୍ୟ ଖରା, ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ । ତେବେ ଆସନ୍ତା ୬ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର । ଯାହାକୁ ନେଇ କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ମାଲକାନଗିରିକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ରାଜ୍ୟରେ ଉଷ୍ମ ରାତିର ସ୍ଥିତି ଜାରି ରହିବ। ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆର୍ଦ୍ରତା ରହୁଛି ବୋଲି ପାଣିପାଗ ବିଭାଗର ରେକର୍ଡରୁ ଜଣାପଡିଛି। ତେବେ ଉଷ୍ମ ଓ ଆର୍ଦ୍ର ସ୍ଥିତି ୬ ତାରିଖ ପର୍ୟ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସୂଚନା ଥାଉକି, ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା। ଯାହାକୁ ନେଇ ଗତକାଲି ରାଜ୍ୟର ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ମାଲକାନଗିରି ଓ ବୌଦ୍ଧ ଚଳିତ ସିଜିନରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨ ଡିଗ୍ରୀ ସହ ରେକର୍ଡ କରାଯାଇଥିଲା । ସେହିପରି ଅନୁଗୁଳ ଓ ବଲାଙ୍ଗିର ୪୧.୭ ଏବଂ ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରେକର୍ଡ ହୋଇଥିଲା। ଅନ୍ୟପଟେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ପାରଦ ୩୭.୪ ଡିଗ୍ରୀ ଥିଲେ ବି ପ୍ରବଳ ଗୁଳୁଗୁଳି ଅନୁଭୁତ ହୋଇଛି।

Get real time updates directly on you device, subscribe now.