fbpx

ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା ପରୀକ୍ଷା: ଡକ୍ୟୁମେଣ୍ଟ ଯାଞ୍ଚ ଓ ପର୍ସନାଲିଟି ଟେଷ୍ଟର କଟ୍ ଅଫ୍ ମାର୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ମେରିଟ ଲିଷ୍ଟ ନିକଟରେ ଓପିଏସସି ଜାରି କରିଥିଲା । ମେରିଟ୍ ଲିଷ୍ଟରେ ମୋଟ ୨୭ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଥିଲେ । ୨୭ ଜଣ ପ୍ରାର୍ଥୀଙ୍କ ନୂଡ଼ାନ୍ତ ନିଯୁକ୍ତି ପାଇଁ ଓପିଏସସି ପକ୍ଷରୁ ସୁପାରିଶ କରାଯାଇଥିଲା । ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ଅନୁପସ୍ଥିତ ରହିଥିବା ୨ ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ ରିଜେକ୍ଟ କରିଦିଆଯାଇଥିଲା ।

ତେବେ ଡକ୍ୟୁମେଣ୍ଟ ଯାଞ୍ଚ ଓ ପର୍ସନାଲିଟି ଟେଷ୍ଟ ପାଇଁ ସିଲେକ୍ଟ ହୋଇଥିବା ପ୍ରାର୍ଥୀଙ୍କର କଟ୍ ଅଫ୍ ମାର୍କ ଜାରି କରିଛି ଓପିଏସସି । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପୁରୁଷ ଓ ମହିଳାଙ୍କର କଟ୍ ଅଫ୍ ମାର୍କ ଜାରି କରାଯାଇଛି । ଚୂଡ଼ାନ୍ତ ଭାବେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ସର୍ବାଧିକ / ସର୍ବନିମ୍ନ କଟ୍ ଅଫ୍ ମାର୍କ ଓପିଏସସି ୱେବସାଇଟରେ ଜାରି କରାଯାଇଛି । ପ୍ରାଥୀମାନେ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

Get real time updates directly on you device, subscribe now.