fbpx

୫ଟି ରାଜ୍ୟ ପାଇଁ ତାରକା ପ୍ରଚାରକଙ୍କ ନାମ ଘୋଷଣା କଲା ବିଜେପି: ଲିଷ୍ଟରେ ଓଡ଼ିଶାର ଜଣେ ମାତ୍ର ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଏନେଇ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ତେବେ ଏହାରେ ବିଜେପି ୫ଟି ରାଜ୍ୟ ପାଇଁ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ ଆସାମ ନିର୍ବାଚନରେ ଏହି ପ୍ରାର୍ଥୀମାନେ ପ୍ରଚାର କରିବେ ।

ନରେନ୍ଦ୍ର ମୋଦୀ, ଜଗତ ପ୍ରକାଶ ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ, ଯୋଗୀ ଆଦିତ୍ୟନାଥ, ପ୍ରମେଦା ସାୱନ୍ତ, ଭୂପେନ୍ଦ୍ରଭାଇ ପଟେଲ, ବିଷ୍ଣୁଦେଓ ସାଏ, ଡ. ମୋହନ ଯାଦବ, ଭଜନ ଲାଲ ଶର୍ମା, ଏକନାଥ ଶିନ୍ଦେ, ଅଜିତ ପାୱାର, ରାମଦାସ ଅଠାୱାଲେ, ନାରାୟଣ ରାଣେ, ଅନୁରାଗ ଠାକୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସ୍ମୃତି ଇରାନୀ, ରାଓସାହେବ ଦାନବେ ପାଟିଲ, ଶିବରାଜ ସିଂହ ଚୌହାନ, ଦେବେନ୍ଦ୍ର ଫଡନବିସ, ସମ୍ରାଟ ଚୌଧରୀ, ଅଶୋକ ଚଭବ, ବିନୋଦ ତାୱଡ଼େ, ଚନ୍ଦ୍ରଶେଖର ବାୱାଙ୍କୁଲେ ଏପରି ୪୦ ଜଣ ନେତା ମହାରାଷ୍ଟ୍ରର ପ୍ରଚାର କରିବେ । ତେବେ ସବୁଠାରୁ ବଡ଼ କଥା ହେଉଛି ଉତ୍ତରପ୍ରଦେଶ ପାଇଁ ଘୋଷଣା ହୋଇଥିବା ତାରକା ପ୍ରଚାରଙ୍କ ଲିଷ୍ଟର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାମ ରହିଛି । ତେଣୁ ଓଡ଼ିଶାର ଏକମାତ୍ର ନେତା ଭାବେ ବୈଜୟନ୍ତ ଉତ୍ତରପ୍ରଦେଶରେ ପ୍ରଚାର କରିବେ ।

Get real time updates directly on you device, subscribe now.